ଖେଳ

ନକଲି ନୋଟ ଦେଇ ଫସିଲେ ଯୁବକ

(ବୁର୍ଲା) ; ଅଟୋଚାଳକଙ୍କୁ ନକଲି ନୋଟ ଦେଇ ଫସିଲେ ଯୁବକ । ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବୁର୍ଲାରେ । ପ୍ରାପ୍ୟ ସୂଚନା ଅନ୍ୟୁାୟୀ ବୁଧବାର ଦିନ ପଦ୍ମପୁର ଅଞ୍ଚଳର ଶ୍ୟାମସୁନ୍ଦର ସାହୁ ଅଟୋରେ ବୁର୍ଲା ଆସିଥିଲେ । ଅଟୋଭଡା ୨୦୦ ଟଙ୍କା ହୋଇଥିବା ଡ୍ରାଇଭର ସନାତନ କହିଥିଲେ , ଶ୍ୟାମ ସୁନ୍ଦର ଦେଇଥିଲେ ମଧ୍ୟ । ହେଲେ ସେହି ନୋଟଟି ନକଲି ଲାଗିବାରୁ ଟୋ ଡ୍ରାଇଭର ସନାତନ ପୋଲିସକୁ ଖବର ଦେଇଥିଲେ । ପୋଲିସ ଅଭିଯୁକ୍ତ ଶ୍ୟାମ ସୁନ୍ଦର ସାହୁ ଓ ତାର ସହଯୋଗୀକୁ ଅଟକ ରଖି ପଚାରଉଚୁରା କରୁଛି । ସେମାନଙ୍କ ପାଖରୁ ୧୨୩୦୦ ଟଙ୍କାର ନକଲି ନୋଟ ଓ ଗୋଟିଏ ନମ୍ବର ବିହିନ ପଲସର୍ ଜବତ କରାଯାଇଛି । ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

 

Related posts

ବିନା ଦର୍ଶକଙ୍କରେ ଆୟୋଜନ ହୋଇପାରେ ଆଇପିଏଲ

mahabharatanews

ଭୁତ ରୋକିଦେଲା ମ୍ୟାଚ

mahabharatanews

ଭାରୋତ୍ତଳନରେ ଭାରତକୁ ଆଉ ଏକ ପଦକ

mahabharatanews