ଅପରାଧ

ନକଲି ମଦ ପିଇ ୨୧ ମୃତ

ଚଣ୍ଡିଗଡ: ପଞ୍ଜାବ ଅମୃତସର ଓ ତରନତାରନରେ ନକଲି ମଦ ପିଇ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ନକଲି ମଦ ଯୋଗୁଁ ସମସ୍ତଙ୍କର ମୃତ୍ୟୁ ହୋଇଥିବା ନେଇ ପୋଲିସ ସୂଚନା ଦେବା ସହ ତଦନ୍ତ ଜାରି ରଖିଛି । ଜୀବନ ହରାଇଥିବା ସମସ୍ତ ଲୋକ ଗରିବ ଶ୍ରେଣୀର ବୋଲି ପୋଲିସ କହିଛି । ଏହି ଘଟଣାର ତଦନ୍ତ କରିବାକୁ ପୋଲିସ ଅଧିକ୍ଷୀକଙ୍କ ନେତୃତ୍ବରେ ୪ ଜଣିଆ ଏସ୍ଆଇଟି ଟିମ୍ ଗଠନ କରାଯାଇଛି । ଡିଜିପି ଦିନକର ଗୁପ୍ତା କହିଛନ୍ତି, ପ୍ରଥମ ୫ ଜଣଙ୍କ ମୃତ୍ୟୁ ଗତ ୨୯ ତାରିଖ ରାତିରେ ଅମୃତସର ତରସିକାର ମୁଚ୍ଛଲ ଓ ତଙ୍ଗ୍ରା ଠାରେ ଘଟିଛି । ଗୁରୁବାର ସନ୍ଧ୍ୟାରେ ସନ୍ଦେହଜନକ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଏହି ମାମଲାରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ଅପରପକ୍ଷେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଏହି ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଘଟଣାର କଡ଼ାକଡ଼ି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related posts

ମହାବିରୋଡ଼ ଗାଁରୁ ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ ୨ଜଣ ଗିରଫ

mahabharatanews

କଦଳୀ ବୋଝେଇ ପିକଅପ ଭ୍ୟାନରୁ ଗଞ୍ଜେଇ ଜବତ

mahabharatanews

ORHDC ଦୁର୍ନୀତି ମାମଲା, ପୂର୍ବତନ IAS ବିନୋଦ କୁମାରଙ୍କୁ ୫୦ ହଜାର ଟଙ୍କା ଫାଇନ ସହ ୩ ବର୍ଷ ସଜା ଶୁଣାଇଛନ୍ତି କୋର୍ଟ

mahabharatanews