ଓଡିଶା

ଦୋକାନ ସିଲ୍ କରି ହଟହଟା ହେଲେ ତହସିଲଦାର

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକର କଙ୍କୋରଡା ଗାଁରେ ଆଜି ତହସିଲଦାରଙ୍କୁ କିଛି ସମୟ ପାଇଁ ଲୋକେ ଘେରାଉ କରିଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ଗାଁରେ କରୋନା କଟକଣାକୁ ବେଖାତିର କରି ଦୋକାନ ଖୋଲା ଯାଉଥିବା ଅଭିଯୋଗ ହେବା ପରେ ସାନଖେମୁଣ୍ଡି ତହସିଲଦାର ଦୋକାନ ବଜାର ସିଲ କରିବାକୁ ଯାଇଥଥିଲେ । ଦୋକାନ ସିଲ କରୁଥିବା ସମୟରେ ଦୋକାନୀମାନଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ପରେ ଦୋକାନୀମାନେ ତହସିଲଦାର ଓ ତାଙ୍କ କର୍ମଚାରୀମାନଙ୍କୁ ଅଟକାଇ ରଖିବା ସହ ଗାଡିକୁ ଯିବାକୁ ଦେଇ ନଥିଲେ । ଖବର ପାଇ ପାଟପୁର ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ସେଠାରେ ତହସିଲଦାର ଫେରିଥିଲେ । ଏହି ଘଟଣାର ଏକ ଭିଡିଓ ଏବେ ଭାଇରାଲ ହୋଇଛି ।

Related posts

୧୮ ଲକ୍ଷ ୪୨ ହଜାର ୬୭ ଜଣଙ୍କୁ ତାଲିମ ଦେଇଥିଲେ ରାଜ୍ୟ ସରକାର କିନ୍ତୁ ଚାକିରି ଦେଇଛନ୍ତି ୧ ଲକ୍ଷ 5 ହଜାର ୪୪୪ ପିଲାଙ୍କୁ

mahabharatanews

ଖୋଲିଲା ଧବଳେଶ୍ୱର ପୀଠ

mahabharatanews

୩ ଘଣ୍ଟା ପାଇଁ ୬ ଜିଲ୍ଲାରେ ପ୍ରବଳ ବର୍ଷା;  ରେଡ୍ ୱାର୍ଣ୍ଣିଂ ଜାରି

mahabharatanews