ଓଡିଶା

ନଗର ଉନ୍ନୟନ ବିଭାଗ ପକ୍ଷରୁ ବୁଲା କୁକୁରଙ୍କୁ ଖାଦ୍ୟ ବଣ୍ଟନ

(ରଜନିକାନ୍ତ ପାତ୍ର, ହିଞ୍ଜିଳିକାଟୁ): ସାରା ସହରରେ ଲକ୍ ଡାଉନ ଯୋଗୁଁ ପଶୁପକ୍ଷୀ ଖାଇବାକୁ ନପାଇଁ ଆଉଟ୍ ପାଉଟ ହେଉଛନ୍ତି।ଏପରି ଅନେକ ସ୍ଥାନରେ ପଶୁମାନଙ୍କ ଅବସ୍ଥା ସଙ୍କଟପନ୍ନ ହେଲେଣି । ଭୋକିଲା ବୁଲା କୁକୁର ଓ ପଶୁପକ୍ଷୀଙ୍କୁ ଲୋକେ ଖାଇବା ପାଇଁ ଦେବାର ଦୃଶ୍ୟ ଆଉ ଦେଖିବାକୁ ମିଳୁନାହିଁ। ଲକ୍ ଡାଉନ୍ ପାଇଁ ଦୋକାନ ବଜାର ବନ୍ଦ ଥିବାରୁ ବୁଲା କୁକୁର ଭୋକ ଉପାସରେ ରହୁଛନ୍ତି। ଏହି ଅବସରରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟରେ ଥିବା ସହରାଞ୍ଚଳ ରେ ଥିବା କୁକୁରଙ୍କୁ ଖାଇବାକୁ ଦେବା ପାଇଁ ନିର୍ଦେଶ ପରେ ଆଜି ଠାରୁ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଥିବା କୁକୁରଙ୍କୁ ଖାଇବା ପାଇଁ ସାଧା ପଲଉ ଦିଆଯାଇଛି। ପ୍ରଥମ ଦିନରେ ପୌରପରିଷଦ ପକ୍ଷରୁ ୧୦କେଜି ଚାଉଳ ଓ ବିଭିନ୍ନ ପରିବାରେ ସାଧା ପଲଉ ପ୍ରସ୍ତୁତ କରି ସହରରେ ବିଭିନ୍ନ ସ୍ଥାନରେ ଥିବା କୁକୁରଙ୍କୁ କର୍ମଚାରୀମାନେ ଖାଇବା ପାଇଁ ଦିଆଯାଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଡା.ମନୋରଞ୍ଜନ ସାହୁ କହିଛନ୍ତି। ଲକ୍ ଡାଉନ୍ ପରଠାରୁ କୁକୁରମାନେ ଖାଇବାକୁ ନପାଇ ସେମାନେ ଡହଳ ବିକଳ ହେଉଥିବା ବେଳେ ଏଭଳି ପଦକ୍ଷେପକୁ ପ୍ରାଣୀ ପ୍ରେମୀମାନେ ସ୍ବାଗତ କରିଛନ୍ତି ।

Related posts

୨୦ରୁ ରାଜଧାନୀରେ ମିଳିବନି କଞ୍ଚା ପରିବା

mahabharatanews

ବାଲୁକା କଳାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ

mahabharatanews

+୨ ଅସନ୍ତୁଷ୍ଟଙ୍କ ପାଇଁ ସ୍ୱତନ୍ତ୍ର ପରୀକ୍ଷା ଆରମ୍ଭ

mahabharatanews