ଅପରାଧ

ବେଆଇନ୍ ମଦ ଚାଲାଣବେଳେ ୨ ଗିରଫ

(ହିଞ୍ଜିଳିକାଟୁ): ଲକ୍‌ଡାଉନ ପରେ ମଦବିକ୍ରି ଉପରେ ସରକାର କଟକଣା ଜାରି କରିଛନ୍ତି। ଅନ୍ୟପଟେ ଏହାକୁ ଖାତିରି ନ କରି ଚୋରା ବେପାରୀ ବିଦେଶୀ ମଦ ଚାଲାଣ କରୁଛନ୍ତି। ବୁଧବାର ବଡି ଭୋରରୁ ପୋଲିସ ବେଆଇନ ମଦଚାଲାଣ ବେଳେ ୨ ଜଣଙ୍କୁ ଗିରଫ କରିଛି। ବଡବଜାର ପୋଲିସ ଧାନମେରା ସାହି ଛକରୁ ଏକ ବାଇକରେ ଚାଲାଣ ହେଉଥିବା ୪ କାର୍ଟୁନ ବିଦେଶୀ ମଦ ଜବତ କରିବା ସହ ବାଇକକୁ ମଧ୍ୟ ଜବତ କରିଛି। ଏଥିରେ ସମ୍ପୃକ୍ତ ଅଭିଯୋଗରେ ଦୀଳାଦ୍ରିବିହାର ୪ର୍ଥ ସାରଣୀର ଅଭିନାଶ କୁମାର ପାତ୍ର (୨୮) ଓ ଗଣପତି ନଗର ୪ର୍ଥ ସାରଣୀର ଗଗନ ବିହାରୀ ସାହୁ (୨୮)ଙ୍କୁ ଗିରଫ କରିଛି। ଘଟଣା ସ୍ଥଳରୁ ୪ କାର୍ଟୁନରେ ପ୍ରାୟ ୩୫ ଲିଟର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ ହୋଇଥିବା ଥାନାଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି। ନଂ.୬୭/୨୦ରେ ମାମଲା ରୁଜୁକରି ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।

Related posts

ଘରୁ ଡାକି ନେଇ ଗ୍ରାମରକ୍ଷୀଙ୍କୁ ଗୁଳିକରି ହତ୍ୟା

mahabharatanews

କୋଟିପତି ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ଭିଜିଲାନ୍ସ ଇତିହାସରେ ରେକର୍ଡ଼ ସଂଖ୍ୟକ କ୍ୟାସ ଜବତ

mahabharatanews

ଆଉ ଜଣେ ଭଣ୍ଡ ବାବା ବୀରେନ୍ଦ୍ରଙ୍କ ନାମରେ ରେଡ କର୍ଣ୍ଣର ନୋଟିସ

mahabharatanews