ଓଡିଶା

ନଡିଆ ଚାଷୀଙ୍କ ବୈଠକ

ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ସାଣ୍ଡାରା ଗ୍ରାମ ପଞ୍ଚାୟତରେ ଥିବା ବେବିନା କୋକନଟ ଡେଭଲପମେଣ୍ଟ ସୋସାଇଟି ପରିସରରେ ନଡିଆ ଚାଷୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସୋସାଇଟିର ସଭାପତି ଗଙ୍ଗାଧର ଛାଟୋଇ ଅଧ୍ୟକ୍ଷତା କରି ବାତ୍ୟାରେ ସତ୍ୟବାଦୀରେ ନଡିଆ ଚାଷୀମାନଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି ବୋଲି କହିଥିଲେ । ନଡିଆ ଗଛରେ ଫଳ ଆସିବାକୁ ଆଉ ପ୍ରାୟ ୨ ବର୍ଷ ଲାଗିଯିବ ବୋଲି ପୁରୁଖା ଛାଷୀମାନେ କହିଥିଲେ । ଏହି ପରୀପ୍ରେକ୍ଷୀରେ ନଡିଆ ଚାଷୀର କିପରି ଉନ୍ନତି ହେବ ସେ ନେଇ ଆଲୋଚନା କରାଯାଇ ଉଦ୍ୟାନ କୃଷି ବିଭାଗକୁ ଜଣାଇବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହି ଆଲୋଚନା ଶିବିରରେ ଶିବ ପ୍ରସାଦ ଦାସ, ଶଙ୍କର ସାହୁ, ନରେନ୍ଦ୍ର ଦଳାଇ ପ୍ରମୁଖ ନଡିଆ ଚାଷୀମାନେ ଉପସ୍ଥିତ ରହିଥିଲେ ।

Related posts

ଫିରିଙ୍ଗିଆ ବ୍ଲକ ଛକରେ କାର ସହ ଅଟୋ ମୁହାଁମୁହିଁ ଧକ୍କା ସାତ ଜଣ ଅଟୋ ଆରୋହୀ ଆହତ

mahabharatanews

ନିଯୁକ୍ତି ମେଳା କାର୍ଯ୍ୟକ୍ରମ ;- ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ ଦେଢ ଲକ୍ଷ ପଦ ପୂରଣ ହେବ

mahabharatanews

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା

mahabharatanews