ଓଡିଶା

ନଡିଆ ଚାଷୀଙ୍କ ବୈଠକ

ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ସାଣ୍ଡାରା ଗ୍ରାମ ପଞ୍ଚାୟତରେ ଥିବା ବେବିନା କୋକନଟ ଡେଭଲପମେଣ୍ଟ ସୋସାଇଟି ପରିସରରେ ନଡିଆ ଚାଷୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସୋସାଇଟିର ସଭାପତି ଗଙ୍ଗାଧର ଛାଟୋଇ ଅଧ୍ୟକ୍ଷତା କରି ବାତ୍ୟାରେ ସତ୍ୟବାଦୀରେ ନଡିଆ ଚାଷୀମାନଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି ବୋଲି କହିଥିଲେ । ନଡିଆ ଗଛରେ ଫଳ ଆସିବାକୁ ଆଉ ପ୍ରାୟ ୨ ବର୍ଷ ଲାଗିଯିବ ବୋଲି ପୁରୁଖା ଛାଷୀମାନେ କହିଥିଲେ । ଏହି ପରୀପ୍ରେକ୍ଷୀରେ ନଡିଆ ଚାଷୀର କିପରି ଉନ୍ନତି ହେବ ସେ ନେଇ ଆଲୋଚନା କରାଯାଇ ଉଦ୍ୟାନ କୃଷି ବିଭାଗକୁ ଜଣାଇବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହି ଆଲୋଚନା ଶିବିରରେ ଶିବ ପ୍ରସାଦ ଦାସ, ଶଙ୍କର ସାହୁ, ନରେନ୍ଦ୍ର ଦଳାଇ ପ୍ରମୁଖ ନଡିଆ ଚାଷୀମାନେ ଉପସ୍ଥିତ ରହିଥିଲେ ।

Related posts

ଜିଲ୍ଲାର ବିଭିନ୍ନ ମଣ୍ଡି ଓ ବେଆଇନ ଧାନ ଚାଲାଣ ବେଳେ ଧରପଗଡ଼

mahabharatanews

ରାଜ୍ୟରେ ୫ ଜିଲ୍ଲାରୁ ୮ କରୋନା ପଜିଟିଭ ; ଜଣେ ୧୮ ବର୍ଷରୁ କମ୍

mahabharatanews

ଶିମିଳିପାଳରେ ଆଜିଠୁ ବାଘ ଗଣନା 

mahabharatanews