ଓଡିଶା

ନଦୀରେ ବୁଡିଗଲେ ୨ ଯୁବକ

(ମହାଭାରତ, ପାଟକୁରା): କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଏକ ଅଘଟଣ ଘଟିଛି । ଏଠାରେ ଥିବା ଚିତ୍ରପୋଳା ନଦୀରେ ଗାଧୋଇବା ବେଳେ ବୁଡି ଯାଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ସରିଫ ଖାଁ ଓ ବସନ ଖାଁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଉଭୟ ପାଟକୁରାସ୍ଥିତ ବନ୍ଧୁ୍ ଘରକୁ ବୁଲିବାକୁ ଆସିଥିଲେ । ଶୁକ୍ରବାର ସକାଳେ ପ୍ରାୟ ୯ଟା ବେଳେ ଦୁହେଁ ଗାଧୋଇବା ପାଇଁ ନିକଟସ୍ଥ ନଦୀକୁ ଯାଇଥିଲେ । ନଦୀରୁ ଫେରିବାକୁ ଡେରି ହେବାରୁ ବନ୍ଧୁ ଘର ଲୋକେ ଖୋଜା ଖୋଜି ଆରମ୍ଭ କରିଥିଲେ । କିନ୍ତୁ ସେମାନଙ୍କ କୌଣସି ସନ୍ଧାନ ମିଳି ନଥିଲା । ଖବର ପାଇ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚିଥିଲା । ଅଗ୍ନିଶମ କର୍ମଚାରୀମାନେ ଖୋଜି ନଦୀରୁ ଉଭୟଙ୍କୁ ଉଦ୍ଧାର କଥୀକଲେ । ପରେ ସେମାନଙ୍କୁ ପାଟକୁରା ମେଡିକାଲ ପଠାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Related posts

ନାଟକ ପରିବେଶଣ ବେଳେ ବାଣ ଫୁଟି ୯ ଗୁରୁତର

mahabharatanews

ଗଜଦନ୍ତ ପଲଙ୍କ ଛାଡି କମ୍ବଳ ଓ ବେଡସିଟରେ ଶୋଇଲେ ପାଠକ ବାପ ପୁଅ

mahabharatanews

ଯାତ୍ରୀବାହୀ ଅଟୋ ଓଲଟି ୨ ଗୁରୁତର

mahabharatanews