ରାୟଗଡ଼ା: ମୃତ ନବଜାତ ଶିଶୁର ଶରୀରକୁ ଆଜି ଝୁଣି ଖାଇଛି କୁକୁର । ରାୟଗଡା ସହରର ବ୍ରାହ୍ମଣସାହି ନିକଟସ୍ଥ ଝଞ୍ଜାବତୀ ନଦୀ କୂଳରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶିଶୁର ମୃତଦେହକୁ ଧରି କୁକୁର ବୁଲୁଥିବା ଦେଖି କିଛି ଲୋକ ଗଣମାଧ୍ୟମ ଓ ପ୍ରଶାସନକୁ ଖବର ଦେଇଥିଲେ । ଖବର ପାଇ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତ ଶରୀରକୁ କୁକୁର ଧରି ନଦୀ ତଳକୁ ଖସି ପଳାଇଥିଲା । ଶିଶୁର ଗୋଟିଏ ହାତକୁ କୁକୁର ଖାଇ ଦେଇଥିବା ଜଣା ପଡିଛି । ନଦୀକୂଳରେ ଶ୍ମଶାନ ଥିବାରୁ କୁକୁର ସେଠାରୁ ହିଁ ମୃତଦେହକୁ ଅଣିଥିବାର ସନ୍ଦେହ କରାଯାଉଛି । କେହି ଶିଶୁର ମୃତ୍ୟୁ ପରେ ଶ୍ମଶାନରେ ପୋତି ଦେଇଥିବା କିମ୍ବା ଫୋପାଡ଼ି ·ଲି ଯାଇଥିବା ଯୋଗୁ କୁକୁର ଏପରି କରିଥିବା ପ୍ରଶାସନ ଅନୁମାନ କରିଛି ।
