ଓଡିଶା

ବିଷାକ୍ତ ଖାଦ୍ୟ ଖାଇ ଜଣେ ମୃତ, ୩ ଅସୁସ୍ଥ

(ମହାଭାରତ, ଭଞ୍ଜନଗର): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତାରସିଙ୍ଗି ଥାନା ବଦାଙ୍ଗି ଗାଁରେ ଏକ ଅଘଟଣ ଘଟିଛି । ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅସୁସ୍ଥ ଅଛନ୍ତି । ସେମାନେ ଏବେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ସୂଚନା ଅନୁଯାୟୀ, ଗତକାଲି ରାତିରେ ଏହି ଗାଁର ସୁବାସ ଗୌଡଙ୍କର ପରିବାର ଲୋକେ ଗତ ଶୁକ୍ରବାର ରାତିରେ ଭାତ ଓ ତରକାରୀ ଖାଇ ଶୋଇଥିଲେ । କିନ୍ତୁ ବିଳମ୍ବିତ ରାତିରେ ହଠାତ ସମସ୍ତଙ୍କ ପେଟ ଯନ୍ତ୍ରଣା ହୋଇଥିଲା । ଏପରିକି ସମସ୍ତଙ୍କୁ ଝାଡା ମଧ୍ୟ ହୋଇଥିଲା । ମାତ୍ର ରାତିରେ କେହି ମେଡିକାଲ ଯାଇ ପାରି ନଥିଲେ । ପରଦିନ ସକାଳେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସୁବାସଙ୍କ ସାନ ଝିଅଙ୍କର ମୃତ୍ୟୁ ହୋଇଛି । ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଅନ୍ୟମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବିଷାକ୍ତ ଖାଦ୍ୟ ଖାଇଥିବାରୁ ଏପରି ଅବସ୍ଥା ଭୋଗିବାକୁ ପଡିଛି ବୋଲି ଅନୁମାନ କରାଯାଉଛି ।

Related posts

ଆଇସୋଲେସନ୍ ସେଣ୍ଟରରେ ଗଞ୍ଜାମ ଜିଲ୍ଲାପାଳ

mahabharatanews

କଂଗ୍ରେସ ଦଳରେ ଯୋଗଦେଲେ ବିଜେପି କର୍ମୀ

mahabharatanews

 ବିଶ୍ବପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା; ୩୦ରୁ ପଞ୍ଜିକରଣ 

mahabharatanews

Leave a Comment