ଓଡିଶା

ବିଷାକ୍ତ ଖାଦ୍ୟ ଖାଇ ଜଣେ ମୃତ, ୩ ଅସୁସ୍ଥ

(ମହାଭାରତ, ଭଞ୍ଜନଗର): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତାରସିଙ୍ଗି ଥାନା ବଦାଙ୍ଗି ଗାଁରେ ଏକ ଅଘଟଣ ଘଟିଛି । ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅସୁସ୍ଥ ଅଛନ୍ତି । ସେମାନେ ଏବେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ସୂଚନା ଅନୁଯାୟୀ, ଗତକାଲି ରାତିରେ ଏହି ଗାଁର ସୁବାସ ଗୌଡଙ୍କର ପରିବାର ଲୋକେ ଗତ ଶୁକ୍ରବାର ରାତିରେ ଭାତ ଓ ତରକାରୀ ଖାଇ ଶୋଇଥିଲେ । କିନ୍ତୁ ବିଳମ୍ବିତ ରାତିରେ ହଠାତ ସମସ୍ତଙ୍କ ପେଟ ଯନ୍ତ୍ରଣା ହୋଇଥିଲା । ଏପରିକି ସମସ୍ତଙ୍କୁ ଝାଡା ମଧ୍ୟ ହୋଇଥିଲା । ମାତ୍ର ରାତିରେ କେହି ମେଡିକାଲ ଯାଇ ପାରି ନଥିଲେ । ପରଦିନ ସକାଳେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସୁବାସଙ୍କ ସାନ ଝିଅଙ୍କର ମୃତ୍ୟୁ ହୋଇଛି । ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଅନ୍ୟମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବିଷାକ୍ତ ଖାଦ୍ୟ ଖାଇଥିବାରୁ ଏପରି ଅବସ୍ଥା ଭୋଗିବାକୁ ପଡିଛି ବୋଲି ଅନୁମାନ କରାଯାଉଛି ।

Related posts

ସୁବର୍ଣ୍ଣପୁରରେ ପାଳନ ହେଲା  ଜିଲ୍ଲାସ୍ତରୀୟ ଆୟୋଡିନ ଅଭାବ ରୋଗ ନିୟନ୍ତ୍ରଣ ଦିବସ

mahabharatanews

ନନ୍ଦନକାନନରେ ୨ ହାତୀ ଅସୁସ୍ଥ: ରକ୍ତ ନମୁନା ସଂଗ୍ରହ

mahabharatanews

ଦୁଇ ନୂତନ ସଂକ୍ରମିତଙ୍କ ତଥ୍ୟ ପ୍ରକାଶ

mahabharatanews