ଓଡିଶା

ନିଆଁ ଲାଗି ୧୫ ବଖରା ପାଉଁଶ

(ମହାଭାରତ, କେନ୍ଦ୍ରାପଡା): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ଗୋବିନ୍ଦପୁର ଗାଁରେ ସୋମବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫ ପରିବାରର ୧୫ ବଖରା ପୋଡି ପାଉଁଶ ହୋଇଯାଇଛି । ସନ୍ଧ୍ୟାରେ ଜଣଙ୍କ ଗୁହାଳ ଘରେ ଦିଆ ଯାଇଥିବା ଧୂଆଁରୁ ନିଆଁ ଲାଗି ଚାରିଆଡେ ବ୍ୟାପି ଯାଇଥିଲା । ଯାହା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ମହାକାଳପଡା, ମାର୍ଶାଘାଇ ଓ କେନ୍ଦ୍ରାପଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁର ପ୍ରକୋପ ଭୟଙ୍କର ଥିବାରୁ ଘରେ ଥିବା ସମସ୍ତ ସାମଗ୍ରୀ ପୋଡି ଯାଇଛି ।

Related posts

୪୪ଟି ଅସ୍ଥାୟୀ ମାର୍କେଟ ଖୋଲିବ ବିଏମସି

mahabharatanews

ବଢିଲା ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ଅବଧି

mahabharatanews

ଆଉ ୬ ମାସ ମୁଖ୍ୟ ଶାସନ ସଚିବଭାବେ କାର୍ଯ୍ୟକରିବେ ସୁରେଶ

mahabharatanews