ଓଡିଶା

୪୪ଟି ଅସ୍ଥାୟୀ ମାର୍କେଟ ଖୋଲିବ ବିଏମସି

ଭୁବନେଶ୍ୱର: କରୋନାକୁ ପ୍ରତିହତ କରିବା ଲକ୍ଷ୍ୟରେ ଦେଶରେ ଲକଡାଉନ ଘୋଷଣା ହୋଇଛି । ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଛି । ଏପରି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ଯେପରି ହଇରାଣ ନ ହୁଅନ୍ତି ସେଥିପ୍ରତି ବିଏମସି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଲକ୍‌ଡାଉନ୍‌ ବେଳେ ରାଜଧାନୀରେ ବସ୍ ଷ୍ଟପ୍‌ ଗୁଡ଼ିକରେ ତେଜରାତି ଓ ପନିପରିବା ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି । ରାଜଧାନୀର ୧୦୦ଟି ବସ୍‌ ଷ୍ଟପରେ ଅସ୍ଥାୟୀ ଭେଣ୍ଡିଂ ସେଣ୍ଟର ଖୋଲିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ବିଏମସି ପକ୍ଷରୁ ଏନେଇ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଛି । ଏହା ବ୍ୟତୀତ ରାଜଧାନୀର ବିଭିନ୍ନ ସ୍ଥାନରେ ୪୪ଟି ଅସ୍ଥାୟୀ ମାର୍କେଟ୍ ଖୋଲିବା ଲାଗି ମଧ୍ୟ ନିଷ୍ପତ୍ତି ହୋଇଛି। ସହରର ବିଭିନ୍ନ ଓ୍ୱାର୍ଡରେ ଏହି ସବୁ ଅସ୍ଥାୟୀ ମାର୍କେଟ୍ ସକାଳ ୬ଟାରୁ ଦିନ ୧୧ଟା ଯାଏ ଖୋଲା ରହିବ। ତେବେ ଲୋକମାନେ ପନିପରିବା କିଣିଲା ବେଳେ ସାମାଜିକ ଦୂରତା ରକ୍ଷା କରିବାକୁ ବିଏମସି ପକ୍ଷରୁ ନିବେଦନ କରାଯାଇଛି ।

Related posts

ନିମନ୍ତ୍ରଣ ଦେଇ ଫେରୁଥିଲେ, ରାସ୍ତାରେ ଜଗିଥିଲା ମୃତ୍ୟୁ

mahabharatanews

ମାଟ୍ରିକ ଖାତା ଦେଖା ନେଇ ୩ ଦିନରେ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

mahabharatanews

ଜୁଲାଇ ପ୍ରଥମ ସପ୍ତାହରେ ଲାଗିରହିବ ବର୍ଷା

mahabharatanews