ରାଜନୀତି

ନିର୍ବାଚନରେ ବିଜୟ ପରେ ମୋଦିଙ୍କ ବୋରିଶଙ୍କୁ ଶୁଭେଚ୍ଛା

ନୂଆଦିଲ୍ଲୀ: ବିପୁଳ ସଂଖ୍ୟାଗରିଷ୍ଠତା ସହ ଇଂଲଣ୍ଡର ସାଧାରଣ ର୍ନିବାଚନରେ ବିଜୟୀ ହୋଇଛନ୍ତି ବୋରିସ ଜନ୍ସନ । ଶୁକ୍ରବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବୋରିସ୍ଙ୍କ ନେତୃତ୍ୱାଧୀନ କଞ୍ଜର୍ଭେଟିଭ୍ ପାର୍ଟି ଐତିହାସିକ ସଂସଦୀୟ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା କଥା ର୍ନିବାଚନ ଫଳାଫଳରୁ ଜାଣି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି: ବିପୁଳ ସଂଖ୍ୟାଗରିଷ୍ଠତା ସହ ପ୍ରତ୍ୟାବର୍ତ୍ତନ କରିଥିବାରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନଙ୍କୁ ଅନେକ ଅଭିନନ୍ଦନ ।

ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି: ତାଙ୍କୁ ମୁଁ ଶୁଭକାମନା ଜଣାଉଛି ଏବଂ ଭାରତ-ଇଂଲଣ୍ଡର ନିବିଡ଼ ସମ୍ପର୍କ ପାଇଁ ଏକତ୍ର କାମ କରିବାକୁ ଅ।ଶା କରୁଛି । ଶୁକ୍ରବାର ଦିନ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ବିପୁଳ ଭୋଟ୍ ପାଇ ର୍ନିବାଚନରେ ବିଜୟ ଲାଭ କରିଛନ୍ତି ।

Related posts

ଖୁବ ଶୀଘ୍ର ରଜନୀକାନ୍ତ ଘୋଷଣା କରିବେ ତାଙ୍କ ଦଳ

mahabharatanews

କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଲେ ରାହୁଲ

mahabharatanews

ପ୍ରସଙ୍ଗ ଉପରେ କହିବା ଏବଂ ସେଗୁଡ଼ିକୁ ଉଠାଇବା ନାଟକ ନୁହେଁ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପ୍ରିୟଙ୍କା ଗାନ୍ଧୀଙ୍କ ପାଲଟା ଆକ୍ରମଣ

mahabharatanews