ରାଜନୀତି

ସମାଜସେବୀ ରଞ୍ଜନ ସାହୁ ରୁଦ୍ରସେନାର ଗଞ୍ଜାମ ଜିଲ୍ଲା ଅଧ୍ୟକ୍ଷ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ତ୍ରିରଙ୍ଗା ସେବା ସଂଘର ସଭାପତି ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ ରୁଦ୍ରସେନାର ଗଞ୍ଜାମ ଜିଲ୍ଲା ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଭାରତୀୟ ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ହିନ୍ଦୁ ସୁରକ୍ଷା ପାଇଁ ଗଠନ କରାଯାଇଥିବା ଏହି ସଂଗଠନର କାର୍ୟ୍ୟକୁ ସର୍ବସ୍ପର୍ଶୀ କରିବା ସହ ସାଂଗଠନିକ କାର୍ୟ୍ୟର ପ୍ରଚାର ଓ ପ୍ରସାର ପାଇଁ ରୁଦ୍ରସେନା କାର୍ୟ୍ୟ କରିବା ଲକ୍ଷ୍ୟ ରଖିଛି । ତେଣୁ ରାଷ୍ଟ୍ରୀୟ ସଂଯୋଜକ ସନ୍ଦୀପ ବଶିଷ୍ଠ ଓ ରାଜ୍ୟ ସଭାପତି ସଞ୍ଜୀବ କୁମାର ମିଶ୍ରଙ୍କ ଅନୁମୋଦନ କ୍ରମେ ସମାଜସେବୀ ରଞ୍ଜନ ସାହୁଙ୍କୁ ଏଭଳି ଗୁରୁ ଦାୟିତ୍ୱ ମିଳିଛି । ପୂର୍ବରୁ ବିଭିନ୍ନ ସଂଗଠନ ସହ ଜଡିତ ହୋଇ ରଞ୍ଜନ ଉତ୍ତମ ପାରଦର୍ଶିତା ଓ ନେତୃତ୍ୱର ପରିଚୟ ଦେଇଛନ୍ତି । ତାଙ୍କ ନେତୃତ୍ୱରେ ଆଗାମୀ ଦିନରେ ରୁଦ୍ରସେନା ହିନ୍ଦୁ ସୁରକ୍ଷା ସହ ଜିଲ୍ଲାରେ ବିଭିନ୍ନ ପ୍ରକାର କାର୍ୟ୍ୟକ୍ରମର ସଫଳ ରୂପାୟନ କରିବା ପାଇଁ ଯୋଜନା କରିଛି । ତେବେ ହିଞ୍ଜିଳିକାଟୁ ଅଞ୍ଚଳର ସମାଜସେବୀଙ୍କୁ ଏଭଳି ରାଷ୍ଟ୍ରୀୟ ସ୍ତରର ସଂଗଠନରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Related posts

କେରଳ ନିର୍ବାଚନ ; ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ବାଚନ ପ୍ରଚାର ଆରମ୍ଭ, ପାଲକ୍କଡରେ ଏକ ରାଲି ଏବଂ ତ୍ରିସୁରରେ ଏକ ମେଗା ରୋଡ୍ ଶୋ କରିବେ

mahabharatanews

ଆଜିଠାରୁ ସଂସଦର ବଜେଟ ଅଧିବେଶନ,କାଲି ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ

mahabharatanews

ଚୁଗୁଲିଆଙ୍କଠୁ ସମଦୂରତ୍ୱ ରଖିବାର ବେଳ ଆସିଛି

mahabharatanews