Uncategorized

ନୂତନ ସିଆଇସି ଭାବେ ବିମଲ ଜୁଲକା ନିଯୁକ୍ତ

ନୂଆଦିଲ୍ଲୀ: ସୂଚନା କମିଶନର ବିମଳ ଜୁଲକାଙ୍କୁ ମୁଖ୍ୟ ସୂଚନା କମିଶନର (ସିଆଇସି) ଭାବେ ଆଜି ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ଭବନରୁ ପ୍ରକାଶିତ ବିଜ୍ଞପ୍ତିରୁ ଏହି ସୂଚନା ମିଳିଛି । ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଶପଥପାଠ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ଶପଥପାଠ କରାଇଥିଲେ । ସ୍ୱଚ୍ଛତା ନିରୀକ୍ଷକ ବିଭାଗ ମୁଖ୍ୟ ସୂଚନା କମିଶନ ସୁଧିର ଭାର୍ଗବଙ୍କ ଜାନୁଆରୀ ୧୧ ତାରିଖରେ ଅବସର ପରେ କାର୍ଯ୍ୟ କରୁଥିଲା । ଏହି ବିଭାଗରେ ମୁଖ୍ୟ ସୂଚନା କମିଶନଙ୍କୁ ମିଶାଇ ମୋଟ ୧୧ ଜଣ କମିଶନଙ୍କ ଅବଶ୍ୟକତା ଥିବା ବେଳେ ମାତ୍ର ୬ ଜଣ କମିଶନ ରହିଛନ୍ତି । ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନୋନୟନ କମିଟିରେ ଜୁଲକାଙ୍କ ନାମକୁ ସୁପାରିଶ କରାଯାଇଥିଲା ।

Related posts

ଚମୋଲି: ପ୍ରକୃତିକ ତାଣ୍ଡବର କାରଣ ଭିନ୍ନ

mahabharatanews

ଟେକ୍ସାସରେ ଗୁଳିକାଣ୍ଡ: ୩ ମୃତ, ଜଣେ ଗୁରୁତର

mahabharatanews

ହାପି ବାର୍ଥ ଡେ’ ଅନୁଷ୍କା

mahabharatanews