Uncategorized

ଟେକ୍ସାସରେ ଗୁଳିକାଣ୍ଡ: ୩ ମୃତ, ଜଣେ ଗୁରୁତର

ଟେକ୍ସାସ: ଆମେରିକାରେ ଏକ ଆପାର୍ଟମେଣ୍ଟରେ ଗୁଳିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ଜଣେ କିଶୋର ଗୁରୁତର ଆହତ ହୋଇ ଚିକିତ୍ସିତ ଅଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଜଣ କିଶୋର ଅଛନ୍ତି । ଘଟଣାଟି ଆମେରିକାର ଟେକ୍ସାସ ଅନ୍ତର୍ଗତ ଦକ୍ଷିଣ ପଶ୍ଚିମ ହୋଷ୍ଟନରେ ଥିବା ଗୋଟିଏ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରରେ ଘଟିଛି।
ପୁଲିସ୍ ଅନୁଯାୟୀ, ଆମେରିକାରରିକୀୟ ସମୟ ରାତି ୧୧ଟାରେ ଏହି ଗୁଳିକାଣ୍ଡ ଘଟିଛି। ପାର୍କିଂ ସ୍ଥଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ୫ ଜଣଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଗୁଳିବାଜି ଜଣେ ପୁରୁଷ, ଜଣେ ଯୁବତୀ ଓ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ଜଣେ ଯୁବକଙ୍କ ଦେହରେ ଗୁଳି ବାଜିଥିବାରୁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଗୁଳି ଚଳାଇଥିବା ଗୋଷ୍ଠୀର ଦୁଇଜଣ ଫେରାର ହୋଇଯାଇଛନ୍ତି । ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଛି ।

 

Related posts

୨ ଆତଙ୍କୀ ନିହତ, ଜଣେ ଯବାନ ସହିଦ

mahabharatanews

ଉତ୍ତର କୋରିଆ ପ୍ରସ୍ତୁତ କରୁଛି ବିଶାଳ ପରମାଣୁ ଗୋଦାମ

mahabharatanews

ରାଜ୍ୟସଭା ପାଇଁ ସିନ୍ଧିଆଙ୍କ ନାମାଙ୍କନ ଦାଖଲ

mahabharatanews