ନୂଆଦିଲ୍ଲୀ: ଚୀନ ଭାରତ ବିରୋଧରେ ପଡୋଶୀ ରାଷ୍ଟ୍ରଙ୍କୁ ନେଇ ଏକ ଅଭିଯାନ ଚଳାଇଛି । ଏହି ଅଭିଯାନ ଅନ୍ତର୍ଗତ ଆସୁଛି ଭାରତର ସର୍ବ ପୁରାତନ ବନ୍ଧୁ ରାଷ୍ଟ୍ର ନେପାଳର ଭାରତ ବିରୋଧି କାର୍ଯ୍ୟ । ପ୍ରଥମେ ସୀମାନ୍ତର କିଛି ଭାରତୀୟ ଇଲାକାକୁ ନିଜ ନକ୍ସାରେ ସାମିଲ କଲା । ଏବେ ନେପାଳ ସରକାର ସଂସଦରେ ହିନ୍ଦୀ ଭାଷା ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି। ତେବେ ଏହାକୁ କେତେକ ସାଂସଦ ବିରୋଧ କରିଛନ୍ତି। ଚୀନ ନିର୍ଦ୍ଦେଶରେ ସରକାର ଏପରି କରୁଛନ୍ତି କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ନେପାଳରେ ଏବେ ରାଜନୈତିକ ବିଦ୍ରୋହ ଆରମ୍ଭ ହେଇଛି। ପ୍ରଧାନମନ୍ତ୍ରୀ କେ. ପି. ଓଲିଙ୍କ ବିରୋଧରେ ମଧ୍ୟ ତାଙ୍କରି ପାର୍ଟିରେ ବିରୋଧ ଦେଖା ଦେଇଛି । ଏପରି ସମୟରେ ଜନସାଧାରଣଙ୍କ ଧ୍ୟାନ ହଟାଇବା ଲାଗି ଭାରତ ବିରୋଧୀ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରୁଛନ୍ତି ଓଲି । ଏବେ ଦେଶରେ ଏକ ନୂଆ ରାଷ୍ଟ୍ରବାଦର ପ୍ରସାର କରିବାକୁ ଚାହୁଁଛନ୍ତି, ଯାହାଫଳରେ ଦଳରେ ତାଙ୍କ କାର୍ୟ୍ୟଶୈଳୀ ଉପରେ ଯେଉଁମାନେ ପ୍ରଶ୍ନ ଉଠାଉଛନ୍ତି ସେଥିରେ ଲଗାମ ଲାଗିପାରିବ। ଏଣୁ ନେପାଳ ପ୍ରଧାନମନ୍ତ୍ରୀ ଏବେ ସଂସଦରେ ହିନ୍ଦୀ ଭାଷା ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଚାର କରୁଛନ୍ତି। ତେବେ ଜନତା ସମାଜବାଦୀ ପାର୍ଟି ସାଂସଦ ସରିତା ଗିରି ଏହାକୁ ପ୍ରବଳ ବିରୋଧ କରିଛନ୍ତି। ସରକାରଙ୍କ ଏପରି ପଦକ୍ଷେପ ତରାଇ ଏବଂ ମଘେଶୀ ଅଞ୍ଚଳରେ କଡ଼ା ବିରୋଧର ସୂତ୍ରପାତ କରାଇବ। ଏପରିକି ସାଂସଦ ସରିତା ଗିରି ସରକାରଙ୍କୁ ଆହୁରି ପ୍ରଶ୍ନ କରିଥିଲେ ଯେ କ’ଣ ଚୀନ ଏପରି କରିବାରକୁ ଚୀନ ନିର୍ଦ୍ଦେଶ ଦେଇଛି ।
previous post