Uncategorized

ନୌସେନାରେ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ

(ନୂଆଦିଲ୍ଲୀ): ସ୍ଥଳସେନା ପରି ନୌସେନାରେ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିଶନର ବ୍ୟବସ୍ଥା ହେବ । ପୁରୁଷ ଓ ମହିଳା ଅଫିସରଙ୍କୁ ସମାନ ମର୍ଯ୍ୟାଦା ପ୍ରଦାନ କରିବା ଉଲ୍ଲେଖ କରି ସୁପ୍ରିମକୋର୍ଟ ନୌବାହିନୀରେ କାର୍ଯ୍ୟରତ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ପାଇଁ ଅନୁମତି ଦେଇଛନ୍ତି । ପୂର୍ବରୁ କୋର୍ଟ ସ୍ଥଳସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ନୌବାହିନୀରେ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ ବାରଣ କରିବା ଦ୍ୱାରା ସେମାନଙ୍କ ପ୍ରତି ଅନ୍ୟାୟ ହେବ । ଏଣୁ ଆଗାମୀ ୩ ମାସ ଭିତରେ ନୌସେନାରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିଶନ ମଞ୍ଜୁର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଆହୁରି କହିଛନ୍ତି, ମହିଳା ଓ ପୁରୁଷଙ୍କ ଦକ୍ଷତାକୁ ନେଇ ଭେଦଭାବ କରାଯିବା ଅନୁଚିତ । ପୂର୍ବରୁ କେନ୍ଦ୍ର ସରକାର ନୌସେନାରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବାରେ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଲୋକସଭାରେ କହିଥିଲେ । ଏହି ପ୍ରସଙ୍ଗରେ ସରକାର ସୁପ୍ରିମକୋର୍ଟଙ୍କ ଆଦେଶକୁ ଗମ୍ଭୀରତାର ସହ ପାଳନ କରିବେ ବୋଲି କେନ୍ଦ୍ର ରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ କହିଥିଲେ ।

Related posts

ଆରଟିଓ ବ୍ୟତୀତ ଏକାଧିକ ସଂସ୍ଥାରୁ ମିଳିବ ଡିଏଲ

mahabharatanews

ଭାରତ ହେବ ରକ୍ଷା ବିନିର୍ମାଣ କେନ୍ଦ୍ର: ପ୍ରତିରକ୍ଷା ମନ୍ତ୍ରୀ

mahabharatanews

ସାରା ଦେଶରେ କରୋନା ପରୀକ୍ଷଣ ପାଇଁ ଗୋଟିଏ ଦର ଲାଗୁ କରିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews