ନୂଆଦିଲ୍ଲୀ: ୭ କଂଗ୍ରେସ ସାଂସଦ ନିଲମ୍ବନକୁ ପ୍ରତ୍ୟାହାର କରିବାକୁ ସଂସଦରେ ଦଳରେ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ପକେଟମାରଙ୍କୁ ଫାଶୀ ଦିଆଯାଏ ନାହିଁ । ସେ ଆହୁରି କହିଛନ୍ତି, କଂଗ୍ର୍ରେସର ସଦସ୍ୟ ଆସନକୁ ଭେଟିକାନର ପପ୍ଙ୍କ ପରି ମାନନ୍ତି ଓ ସମ୍ମାନ ଦିଅନ୍ତି । ସେମାନେ କେବେ ଆସନର ଅନାଦର କରି ନାହାନ୍ତି । ଦଳର ସାତ ଜଣ ସଦସ୍ୟଙ୍କୁ ଏକ ସହ ଅବଶେଷ ଅଧିବେଶନ ପାଇଁ ନିଲମ୍ବନ କରାଯିବାର କୌଣସି କାରଣ ନାହିଁ । ସେ କହିଛନ୍ତି, ପ୍ରଦର୍ଶନ ସମୟରେ ଅନ୍ୟ ବିପକ୍ଷ ସଦସ୍ୟ ଥିଲେ କିନ୍ତୁ ସେହି ସାତ ଜଣଙ୍କୁ କାହିଁ ନିଲମ୍ବନ କରାଗଲା ତାହା ଜଣାପଡୁ ନାହିଁ । ଏପରି ୭ ଜଣଙ୍କୁ ନିଲମ୍ବନ କରିବା କୌଣସି ଛୋଟ ଘଟଣା ନୁହେଁ ।
ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଚୌଧୁରୀଙ୍କ ବୟାନ ସମ୍ପର୍କରେ କହିଛନ୍ତି, ନିଲମ୍ବିତ ସଦସ୍ୟଙ୍କ ତୁଳନା ପକେଟମାରଙ୍କ ସହ କରିବା ଉଚିତ ନୁହେଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଆମେ ଏଥିରେ ସହମତ ନୁହଁ । କଂଗ୍ରେସ ସଦସ୍ୟଙ୍କ ନିଲମ୍ବନକୁ ଜୋଷୀ ଉଚିତ କହି ଯୁକ୍ତି ବାଢିଛନ୍ତି କି, ଯେତେବେଳେ ବିଜେପି ବିପକ୍ଷରେ ଥିଲା, ସେତେବେଳେ ନେତା ବିପକ୍ଷ ଲାଲକୃଷ୍ଣ ଆଡଭାନୀ ସଦସ୍ୟଙ୍କୁ ଆସନର ଅନାଦର କରିବାରୁ କ୍ଷାନ୍ତ କରୁଥିଲେ । ଜେଡିୟୁ ସାଂସଦ ରାଜୀବ ରଞ୍ଜନ ଚୌଧୁରୀ ଏହି ଟିପ୍ପଣୀ ସମ୍ପର୍କରେ କହିଛନ୍ତି, କଂଗ୍ରେସ ନେତା ତ ନିଜେ ତାଙ୍କ ସଦସ୍ୟଙ୍କୁ ପକେଟମାର କହିଥିଲେ, ଅର୍ଥାତ ସେମାନଙ୍କ ଦ୍ୱାରା ଭୁଲ ହୋଇଛି ।