ଓଡିଶା

ପରମିଟ୍ ନଥିବା ଟ୍ରକକୁ ଛାଡି ଦୁଇ ଚକିଆଙ୍କୁ ଧରୁଛି ପୋଲିସ

(ମହାଭାରତ, ଝାରସୁଗୁଡ଼ା): ଝାରସୁଗୁଡ଼ା ଜିଲ୍ଲାରେ ସଂଶୋଧିତ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରାଯିବାକୁ ଜିଲ୍ଲା ଏସପି ଅଶ୍ୱିନୀ ମହାନ୍ତି ସବୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ପ୍ରାୟ ସବୁ ଥାନା ଅଞ୍ଚଳରେ ଏବେ ଟ୍ରାଫିକ୍ ଧରପଗଡ଼ ଆରମ୍ଭ ହୋଇଛି । ବିଭିନ୍ନ ଛକ ସ୍ଥାନରେ ପୁଲିସ କର୍ମ•ରୀ ଜଗି ରହି ଯାନବାହନଗୁଡ଼ିକୁ ଯାଞ୍ଚ କରୁଥିବା ଦେଖା ଯାଇଛି । ନୂଆ ଟ୍ରାଫିକ୍ ନିୟମକୁ ମାନି ଗାଡି ଚଳାଉଛନ୍ତି କି ନାହିଁ ଏବଂ ନିୟମ ଉଲଙ୍ଘନକାରୀଙ୍କ ଠାରୁ ଜରିମାନା ଆଦାୟ କରିବାରେ ଜିଲ୍ଲା ପୁଲିସ ପ୍ରାୟ ବ୍ୟସ୍ତ ରହିଥିବା ଦେଖାଯାଉଛି । ତେବେ ପୁଲିସ ସ୍କାନରରେ କେବଳ ଛୋଟ ଛୋଟ ଘରୋଇ ଗାଡ଼ି ଓ ବାଇକ୍ ରହିଥିବା ବେଳେ ଭାରୀ ଯାନଗୁଡ଼ିକ ପୁଲିସର ନଜର ଆଢୁଆଳରେ ରହି ଯାଉଛି । ଝାରସୁଗୁଡ଼ା ଜିଲ୍ଲାରେ ଦେନିକ ହଜାର ହଜାର ଟ୍ରକ୍ ଚଳାଚଳ କରିଥାଏ । ଏଗୁଡିକ ମଧ୍ୟରେ ମଧ୍ୟରେ ୮୦ ପ୍ରତିଶତ କେବଳ କୋଇଲା ପରିବହନ କରିଥାନ୍ତି । ମାତ୍ର ପୁଲିସ ଗୋଟିଏ ବି କୋଇଲା ବୋଝେଇ ଟ୍ରକ୍କୁ ଯାଞ୍ଚ ପ୍ରକ୍ରିୟାରେ ସାମିଲ କରୁ ନଥିବା ଅଭିଯୋଗ ହେଉଛି ।
ଜିଲ୍ଲାରେ ଚଳାଚଳ କରୁଥିବା କୋଇଲା, ବାଲି, ପାଉଁଶ, ପଥର ଗୁଣ୍ଡ, ଲୁହାପଥର ବୋଝେଇ ଟ୍ରକ ଗୁଡିକ ବେଆଇନ ଭାବରେ ଚଳାଚଳ କରୁଥିବା ବେଳେ ପୁଲିସ ଓ ପରିବହନ ବିଭାଗ ଏହାକୁ ସଂପୂର୍ଣ୍ଣ ଏଡ଼ାଇ ଯାଉଥିବା ଅଭିଯୋଗ ହୋଇଛି । କୋଇଲା ବୋଝେଇ କରି ଚଳାଚଳ କରୁଥିବା ଅଧିକାଂଶ ଟ୍ରକର ଡାଲା ଭାଙ୍ଗି ଯାଇଥିବା ବେଳେ ଟାୟାରଗୁଡ଼ିକ ଅତି ଦୁର୍ବଳ । ଟ୍ରକ୍ ପଛରେ ଥିବା ଲାଇଟ୍ ଜଳିବା ବାଧ୍ୟତାମୂଳକ ହୋଇଥିବା ବେଳେ କୌଣସି କୋଇଲା ଟ୍ରକ୍ର ପଛ ଲାଇଟ୍ ଜଳୁ ନଥିବା ଦେଖାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଯେ, କୋଇଲା ପରିବହନ କରୁଥିବା କେଣସି ଟ୍ରକ ଖଲାସୀ ନିଯୁକ୍ତ କରାଯାଇ ନାହିଁ । ଖଲାସୀ ନଥିବାରୁ ଡ୍ରାଇଭର୍ ବାମ ପଟ ଦେଖି ନ ପାରିବା କାରଣରୁ ଏଠାରେ ଅଧକାଂଶ ସମୟରେ ଦୁର୍ଘଟଣା ଘଟୁଥିବା ଜଣାଯାଇଛି । ଅତୀତରେ ପ୍ରଶାସନ ପକ୍ଷରୁ ମାଲ ପରିବହନ କରୁଥିବା ଟ୍ରକ ଗୁଡ଼ିକରେ ଖଲାସୀ ନିଯୁକ୍ତ କରାଯିବାକୁ ମାଲିକମାନଙ୍କୁ କୁହାଯାଇଥିବା ବେଳେ ଏହାକୁ କେହି ମାନୁ ନାହାନ୍ତି । ଖଣି ଭିତରକୁ କୋଇଲା ଲୋଡିଂ ପାଇଁ ଗଲା ବେଳେ ଖଲାସୀମାନଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ । ତେଣୁ ସେମାନେ ଟ୍ରକରେ ଖଲାସୀ ରଖୁନାହାନ୍ତି ବୋଲି ଟ୍ରକ୍ ମାଲିକମାନେ କୁହନ୍ତି । ତେବେ ଏହି ସମସ୍ୟା ସାମଧାନ କରିବାକୁ ଯାଇ ତକ୍ରାଳୀନ ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ଏମସିଏଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଖଣି ଭିତରକୁ ଲୋଡିଂ ପାଇଁ ଗଲାବେଳେ ପ୍ରବେଶ ପଥରେ ଖଲାସୀମାନଙ୍କୁ ଓହ୍ଲାଇ ଦେଉଥିବାରୁ ପ୍ରବେଶ ପଥରେ ସେମାନଙ୍କ ବିଶ୍ରାମ ସହିତ ପାନୀୟ ଜଳ ଓ ଅନ୍ୟ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ମାତ୍ର ଏମସିଏଲ ଏହାର କେଣସି ବ୍ୟବସ୍ଥା କରି ନଥିଲା । ଏବେ ବି ଏଠାରେ ଖଣିକୁ ଯିବା ବେଳେ ବିନା ଖଲାସୀରେ ଟ୍ରକ୍ ଚଳାଚଳ କରୁଛି । ବିଭିନ୍ନ ସମସ୍ୟା ଯୋଗୁଁ ଟ୍ରକ୍ ବ୍ୟବସାୟରେ କ୍ଷତି ଘଟୁଥିବା ଟ୍ରକ୍ ମାଲିକମାନେ କହି ଆସୁଛନ୍ତି । କୋଇଲା ଲୋଡିଂ ମିଳୁ ନଥିବାରୁ ଶହ ଶହ ଟ୍ରକ୍ ବସି ରହୁଥିବାରୁ ମାଲିକମାନେ କ୍ଷତି ସହୁଛନ୍ତି । ଆର୍ଥିକ ପରିସ୍ଥିତି ଠିକ୍ ନଥିବାରୁ ବହୁ ଟ୍ରକ୍ ମାଲିକ ତାଙ୍କ ଟ୍ରକ ମରାମତି କରିପାରୁନାହାନ୍ତି । ରୋଡ୍ ଟ୍ୟାକ୍ସ, ବୀମା ପ୍ରିମୟମ୍ ଦେଇ ପାରୁ ନଥିବାରୁ ଟ୍ରକ୍ରର ଠିକ୍ ସମୟରେ ଫିଟନେସ କରାଇ ପାରୁନାହାନ୍ତି ବୋଲି ମାଲିକମାନେ କହିଛନ୍ତି । ଜିଲ୍ଲାର ସବୁ ରାଜପଥ କଡ଼ରେ ହଜାର ହଜାର ମାଲ୍ ବୋଝେଇ ଟ୍ରକ୍ ଦିନ ଦିନ ଧରି ରାସ୍ତା ଅବରୋଧ କରି ଅଟକି ରହୁଥିବା ବେଳେ ଏଥିପ୍ରତି କେଣସି ପୁଲିସ କି ପରିବହନ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନାହିଁ । ସେହିପରି ଅନେକ ଘରୋଇ ବସ୍ ମଧ୍ୟ ବିନା ପରମିଟ୍ ଓ ଫିଟ୍ନେସରେ ଚଳାଚଳ କରୁଥିବା ଅଭିଯୋଗ ହୋଉଛି । ତେବେ ପୁଲିସ ଏମାନଙ୍କୁ ଜାଣିଶୁଣି ଛାଡ଼ି ଅଟୋ, ବାଇକ୍ ପଛରେ ପଡ଼ି ଜରିମାନା କାଟୁଥିବା ଅଭିଯୋଗ ହୋଇଛି ।

Related posts

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ

mahabharatanews

ସ୍ତ୍ରୀ ତୋର ସେକ୍ସ ମୋର

mahabharatanews

କ୍ଷେପଣାସ୍ତ୍ର ‘ସାଗରିକା’ର ସଫଳ ପରୀକ୍ଷଣ

mahabharatanews