ଅପରାଧ

ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ପୋଲିସ ନାକେଦମ୍

(ମହାଭାରତ, ଭବାନୀପାଟଣା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳରେ ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସକୁ ନାକେଦମ ହେବାକୁ ପଡିଛି । ଅଭିଯୁକ୍ତର ପତ୍ନୀ ପୋଲିସ ଗାଡି ଉପରେ କିରୋସିନି ଢାଳି ଜାଳି ଦେବାକୁ ଉଦ୍ୟମ କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛି । ସେଠାରେ ଉପସ୍ଥିତ ମହିଳା ପୋଲିସ ଅଧିକାରୀଙ୍କୁ ମଧ୍ୟ ଅଭିଯୁକ୍ତର ପତ୍ନୀ ଆକ୍ରମଣ କରିଥିବା ପୋଲିସ ଅଭିଯୋଗ କରିଛି । ସୂଚନା ଅନୁଯାୟୀ, କୋକସରା ଥାନା ବଡପଡା ଅଞ୍ଚଳର ଗଙ୍ଗାରାମ ଖମାରିଙ୍କ ନାଁରେ ପତ୍ନୀ ଫୁଲତୋଳା ଖମାରୀ କିଛି ମାସ ପୂର୍ବେ ନିର୍ଯାତନା ଦେଉଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ସେହି ମାମଲାରେ ଗଙ୍ଗାରାମ ଖମାରି ଥାନାରେ ହାଜିର ନହେବାରୁ ପୋଲିସ ଅଭିଯୁକ୍ତଙ୍କ ନାଁରେ ୱାରେଣ୍ଟ ଜାରି କରିଥିଲା । ଅଭିଯୁକ୍ତ ପୋଲିସକୁ ଧରାଛୁଆ ଦେଉ ନଥିବା ବେଳେ ଶନିବାର ଗଙ୍ଗାରାମ ଘରେ ଥିବା ଖବର ପାଇ ପୋଲିସ ତାକୁ ଧରିବାକୁ ଯାଇଥିଲା । ଏହି ସମୟରେ ତାଙ୍କ ପତ୍ନୀ ଏଭଳି କାଣ୍ଡ ଘଟାଇଥିବା ପୋଲିସ ସୂଚନା ଦେଇଛି । ପୋଲିସ ଉପରକୁ ଆକ୍ରମଣ ଅଭିଯୋଗକୁ ମହିଳା ଜଣକ ଖଣ୍ଡନ କରିବା ସହ ତାଙ୍କୁ ଫସାଇଇବାକୁ ଉଦ୍ୟମ କରାଯାଉଥିବା କହିଛନ୍ତି । ଏହି ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରି ସମ୍ପୃକ୍ତ ମହିଳା, ତାଙ୍କ ଭାଇ ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

Related posts

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

mahabharatanews

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାତ୍ମକ ଆକ୍ରମଣ

mahabharatanews

ବନବିଭାଗ ଟାର୍ଗେଟରେ ବେଆଇନ କରତକଳ

mahabharatanews