ଓଡିଶା

ପରାଦ୍ୱୀପରେ ଆରମ୍ଭ ହେଲା କୋଭିଡ ହସ୍ପିଟାଲ

(ପାରାଦ୍ଵୀପ / ପ୍ରଶାନ୍ତ କୁମାର ସ୍ବାଇଁ): ପାରାଦ୍ବୀପ ରେ ଆଜି ଠାରୁ ଡେଡିକେଟେଡ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି ।ପାରାଦ୍ବୀପ ବିଜୁ ଯାତ୍ରୀ ନିବାସରେ ହୋଇଥିବା ଏହି କୋଭିଡ ହସ୍ପିଟାଲ ପାରାଦ୍ବୀପ ବନ୍ଦର,ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ତ୍ରିପାକ୍ଷିକ ଚୁକ୍ତି ଅନୁସାରେ କରାଯାଇଛି ।ଏହାକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ଏକ ଭିଡିଓ କନଫରେନସିଂରେ ଉଦଘାଟନ କରିଛନ୍ତି।ବିଜୁ ଯାତ୍ରୀ ନିବାସରେ ହେଉଥିବା ଏହି କୋଭିଡ ହସ୍ପିଟାଲରେ ପ୍ରଥମ ପର୍ୟ୍ୟାୟରେ ୫୦ ଆଇସୋଲେସନ ବେଡ ଓ ପାଞ୍ଚଟି ଆଇ ସି ୟୁ ରହିଛି ।ଏବଂ ଏହାକୁ ପରବର୍ତ୍ତୀ ,ସମୟରେ ଆଉ ଅଧିକ କୋଡିଏଟି ବୃଦ୍ଧି କରାଯିବ ।ଏହି ହସ୍ପିଟାଲରେ ବର୍ତ୍ତମାନ ଆଠ ଜଣ ଡାକ୍ତର ଓ ୩୦ ଜଣ ଷ୍ଟାଫ୍ ନର୍ସ ଓ ୧୮ ଜଣ ଏ ଏନ୍ ଏମ୍ ମେଡିକାଲ ନିୟୋଜିତ ହୋଇଛନ୍ତି ।ପାରାଦ୍ବୀପର ଅଠରବାଙ୍କିର ମେଡିକଲ ଅଫିସରଙ୍କୁ ଏହାର ଅଥରାଇଜଡ ଦାୟିତ୍ବ ଓ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ବୀପ ଙ୍କୁ ମଧ୍ୟ ଏହାର ଅତିରିକ୍ତ ପ୍ରଶାସନିକ ଦାୟିତ୍ବ ଦିଆଯାଇଛି ।ତେବେ ଏହି ହସ୍ପିଟାଲର ସମସ୍ତ ଖର୍ଚ୍ଚ ପାରାଦ୍ବୀପ ବନ୍ଦର କର୍ତ୍ତୁପକ୍ଷ ବହନ କରିବେ ବୋଲି ଚୁକ୍ତିନାମା ହୋଇଛି ।ଏହି ହସ୍ପିଟାଲର ସମସ୍ତ ଶ୍ରେୟ ପାରାଦ୍ବୀପ ବନ୍ଦରକୁ ଦିଆଯାଇଛି ।ପାରାଦ୍ବୀପ ଏକ ସ୍ପର୍ଶକାତର ଅଞ୍ଚଳ ହୋଇଥିବାରୁ ଏହିାକୁ ଦୃଷ୍ଟିରେ ରଖି ଏଠାରେ ଡେଡିକେଟେଡ କୋଭିଡ ହସ୍ପିଟାଲର ଶୁଭ ଉନ୍ମୋଚନ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।ଏହି ଉଦଗାଟନୀ ଉତ୍ସବରେ ପାରାଦିପ ବନ୍ଦର ଅଧକ୍ଷ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସମତେ ବହୁ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

 ଓଡ଼ିଶା ଆସିବେ ଏ ଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ

mahabharatanews

୧୯ରୁ ବଢିବ ବର୍ଷା

mahabharatanews

ରାଜ୍ୟରେ ବର୍ଷା କମିବା ପରେ ବଢିବାରେ ଲାଗିଛି ତାପମାତ୍ରା,ଭୁବନେଶ୍ୱରର ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ

mahabharatanews