ଅପରାଧ

ପରିବା ବ୍ୟବସାୟୀଙ୍କୁ ଲୁଟି ଫେରାର ହେବା ବେଳେ ପୁଲିସ ହାତରେ ଦୁଇ ଅପରାଧି

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟରେ କଟକଣା ମଧ୍ୟ ୁ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଅପରାଧ ମାତ୍ରା ବଢିଚାଲିଛି । ରାଜଧାନୀରେ ଚୋରି, ଲୁଟ, ଛିନତାଇକୁ ନେଇ ବିଭିନ୍ନ ଥାନାରେ ମାମଲା ରୁଜୁ ହେଉଛି । ଜଣେ ପରିବା ବ୍ୟବସାୟୀ ଛିନତାଇର ଶିକାର ହେବା ଘଟଣା ସାମ୍ନାକୁ ଆସିଛି । ତେବେ ବ୍ୟବସାୟୀଙ୍କ ସୌଭାଗ୍ୟ, ୨ ଦୁର୍ବୃତ୍ତ ବ୍ୟବସାୟୀଙ୍କଠାରୁ ଟଙ୍କା ଛଡାଇ ଖସି ଯାଉଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଗଲେ । ଭୁବନେଶ୍ବରର ୪ ନମ୍ବର ମାର୍କେଟରେ ଏପରି ଘଟଣା ଘଟିଛି ।
ସବୁଦିନ ପରି ଗତକାଲି ବେପାର ସାରି ସୁର୍ୟ୍ୟ ନଗରର ପରିବା ବ୍ୟବସାୟୀ ପ୍ରଦିପ ମାର୍କେଟ ପେମେଣ୍ଟ କରି ଫେରୁଥିଲେ । ସେତେବେଳକୁ ରାତି ପ୍ରାୟ ୨ଟା ହେବ । ଭିଜିଲାନସ ଅଫିସକୁ ଲାଗିଥିବା ପାଚେରି କଡରେ ହଠାତ ସାମ୍ନାକୁ ଚାଲିଆସିଲେ ଦୁଇ ଦୁର୍ବୃତ୍ତ । ତାଙ୍କୁ ମାଡିବସି ସେମାନେ ତାଙ୍କ ପକେଟରୁ ୮ ହଜାର ଟଙ୍କା ଓ ମୋବାଇଲ ଫୋନ ଛଡାଇ ଖସି ପଳାଇଯାଉଥିଲେ । କିନ୍ତୁ ଠିକ ସେତିକି ବେଳେ ସେହି ରାସ୍ତା ଦେଇ ଗୋଟିଏ ପଟେ ପିସିଆର ଭ୍ୟାନ ହାବୁଡରେ ପଡିଯାଇଥିଲେ । ପୁଲିସ ସେମାନଙ୍କୁ ଗିରଫ କରିଥିଲା । ସେମାନେ ହେଲେ ସୁଶାନ୍ତ ବାରିକ ଓ ସୁକାନ୍ତ ନାୟକ । ସେମାନଙ୍କ ନାମରେ ପୁଲିସ ଧାରା ୩୯୪ରେ ଏକ ମାମଲା ରୁଜୁ କରିଛି ।

Related posts

ଭିଜିଲାନ୍ସ ଜାଲରେ ଆଇଟିଡିଏ ସହକାରୀ ଯନ୍ତ୍ରୀ

mahabharatanews

ତହସିଲଦାରଙ୍କୁ ଦୁର୍ବ୍ୟବହାର ଓ ଅକ୍ରମଣ: ଅଧ୍ୟାପକ ଗିରାଫ

mahabharatanews

ଜାମିନରେ ଆସି ନାବାଳିକାଙ୍କୁ ପୁଣି ଦୁଷ୍କର୍ମ ଉଦ୍ୟମ, ୨ ଅଭିଯୁକ୍ତ ଫେରାର

mahabharatanews