Uncategorized

ପରୀକ୍ଷା ବାତିଲକୁ ସୁପ୍ରିମ କୋର୍ଟଙ୍କ ଖାରଜ, ଧାର୍ଯ୍ୟ ତାରିଖରେ ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଭିଡ୍-୧୯ ଭୟାବହତାକୁ ଦୃଷ୍ଟିରୁ ଅନ୍‌ଲାଇନ୍/ଅଫ୍‌ଲାଇନ୍ ପରୀକ୍ଷା ବାତିଲ କରିବା ଲାଗି ଆବେଦନକାରୀମାନେ କରିଥିବା ଦାବିକୁ ଶୁକ୍ରବାର ଦିନ ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି। ସୁପ୍ରିମ୍ କୋର୍ଟ କହିଛନ୍ତି, ୟୁଜିସି ଦ୍ବାରା ଧାର୍ୟ୍ୟ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ସମସ୍ତ ପରୀକ୍ଷା ଅନୁଷ୍ଠିତ ହେବ। ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ବାଧୀନ ୩ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।
ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବାର୍ଷିକ ପରୀକ୍ଷା କରାଇବାକୁ ଜୁଲାଇ ୬ ତାରିଖ ଦିନ ‘ୟୁଜିସି’ ଦେଶର ସମସ୍ତ ବିଶ୍ବବିଦ୍ୟାଳୟମାନଙ୍କୁ ନିର୍ଦେଶ ଦେଇଥିଲା। ଏଥିସହ ‘ୟୁଜିସି’ ମଧ୍ୟ କହିଥିଲା କି, ବାର୍ଷିକ ପରୀକ୍ଷା ନ କରାଇ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇ ପାରିବ ନାହିଁ। ଏନେଇ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଚୂଡାନ୍ତ ରାୟ ପ୍ରକାଶ ପାଇବା ପରେ ବିଭାଗ ଆବଶ୍ୟକ ପଦକ୍ଷେପ ନେବ ।
ଦିଲ୍ଲୀ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ହରିୟାଣା ଏବଂ ମଧ୍ୟପ୍ରଦେଶ ସମେତ କେତେକ ରାଜ୍ୟ ବାର୍ଷିକ ବିଶ୍ବବିଦ୍ୟାଳୟ ପରୀକ୍ଷା ବାତିଲ କରିଦେଇଛନ୍ତି। ‘ୟୁଜିସି’ ପକ୍ଷରୁ ପ୍ରତିନିଧିତ୍ବ କରି ସଲିସିଟର୍ ଜେନେରାଲ୍ ତୁଷାର ମେହେଟା କହିଲେ ଯେ, ରାଜ୍ୟ ସରକାର ନୁହନ୍ତି, କେବଳ ବୈଧାନିକ ସଂସ୍ଥାନର ହିଁ ପରୀକ୍ଷା ବାତିଲ କରିବାର କ୍ଷମତା ରହିଛି।

Related posts

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ କରୋନା

mahabharatanews

ଗୁଜବକୁ ଭୁଲ ପ୍ରମାଣ କରିବାକୁ ମନ୍ତ୍ରୀ ଖାଇଲେ ଚିକେନ୍

mahabharatanews

ଅବ୍ୟବସ୍ଥା ଘେରରେ ସିଂଲା ଥାନା

mahabharatanews