ଜାମ୍ମୁ: ବାରମୂଳା ଜିଲ୍ଲା ଅନ୍ତର୍ଗତ ରାମପୁର ସେକ୍ଟର୍ରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଆହତ ହୋଇଥିବା ଦୁଇଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଶୁକ୍ରବାର ଅପରାହ୍ଣରେ ପାକିସ୍ତାନ ପଟରୁ ହୋଇଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିଲା । ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ୍ ରାଜେଶ କାଲିଆ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ମେ ୧ ତାରିଖ ଦିନ ରାମପୁର ସେକ୍ଟର୍ରେ ପାକିସ୍ତାନ ଅକାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଦୁର୍ୟୋଗକୁ ଏଥିରେ ଆହତ ହୋଇଥିବା ଦୁଇଜଣ ସୈନିକ ସହିଦ ହୋଇଛନ୍ତି।
ଶୁକ୍ରବାର ଅପରାହ୍ଣ ପ୍ରାୟ ୩: ୩୦ ସମୟରେ ପାକିସ୍ତାନୀ ସେନା ରାମପୁର ସେକ୍ଟର୍ ୧ରେ ଗୁଳି ବର୍ଷା କରିଥିଲା । ଭାରତୀୟ ସେନା ମଧ୍ୟ ଏହାର ଠିକଣା ଜବାବ ଦେଇଛି। ତେବେ ଭାରତୀୟ ନିରାପତ୍ତା କର୍ମଚାରୀ ଆହତ ହୋଇଥିଲେ। ଏପ୍ରିଲ୍ ୩୦ ତାରିଖ ଦିନ ମଧ୍ୟ ପୁଞ୍ଚ୍ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଠାରେ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର ଓ ମୋର୍ଟାର୍ ନିକ୍ଷେପ କରି ପାକିସ୍ତାନ ଅକାରଣ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏହାର ଦିନକ ପୂର୍ବରୁ ମଧ୍ୟ ପାକିସ୍ତାନ ପୁଞ୍ଚ୍ର ମନକୋଟ ଏବଂ ମେନ୍ଧାର ସେକ୍ଟର୍ ଅନ୍ତର୍ଗତ ନିୟନ୍ତ୍ରଣ ରେଖାଠାରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଥିଲା। ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଏ ବର୍ଷ ପାକିସ୍ତାନ ୧୪୦୦ରୁ ଅଧିକ ଥର ଅସ୍ତ୍ର ବିରତି ଉଲ୍ଲଂଘନ କରିସାରିଲାଣି।