ଓଡିଶା

ପାଚେରୀ ଭାଙ୍ଗି ଧାନ ଖାଇଗଲେ ଦନ୍ତା

(ମହାଭାରତ, ସମ୍ବଲପୁର): ସମ୍ବଲପୁର ଜିଲ୍ଲା ଶାସନ ଥାନା କୁଶନୀପୁର ଗାଁରେ ପୁଣି ହାତୀ ଉପଦ୍ରବ ଦେଖା ଦେଇଛି । ଗାଁରେ ପଶି ଦୁଇଟି ଦନ୍ତା ଘର ଭାଙ୍ଗିବା ସହ ଧାନ ଖାଇଛନ୍ତି । ସୂଚନା ଅନୁଯାୟୀ, କିଛିଦିନ ଧରି ୨ ଦନ୍ତାଙ୍କ ଚଳପ୍ରଚଳ ବୃଦ୍ଧି ପାଇଥିଲା । ତେବେ ଗତ ଶନିବାର ବିଳମ୍ବିତ ରାତିରେ ଦନ୍ତା ଦୁଇଟି ପୁଣି ଗାଁରେ ପଶି ଘର ପାଚେରୀ ଓ କବାଟ ଭାଙ୍ଗିବା ସହ ଅମଳ ହୋଇଥିବା ଧାନ ଖାଇ ଦେଇଛନ୍ତି । ଏହା ସହ ସେଠାରେ ଥିବା ଗଛଗୁଡିକୁ ମଧ୍ୟ ଭାଙ୍ଗି ନଷ୍ଟ କରିଦେଇଛନ୍ତି । ଦନ୍ତାଙ୍କ ଏଭଳି ଉତ୍ପାତରେ ଗାଁ ଲୋକେ ଭୟଭୀତ ହୋଇଛନ୍ତି । ଏବେ ଏହି ଦୁଇ ଦନ୍ତାଙ୍କୁ ସେହି ଅଞ୍ଚଳରୁ ଘଉଡାଇବାକୁ ବନ ବିଭାଗକୁ ଅଭିଯୋଗ କରିଥିବା ଜଣାପଡିଛି ।

Related posts

୨୩ ବର୍ଷ ଧରି ମ୍ୟାଗନମ୍ ଡିଜି ଫାଉଣ୍ଡେସନ ରାମେଶ୍ୱର ଆୟୋଜନ କରି ଆସୁଛି ରକ୍ତ ଦାନ ଶିବିର

mahabharatanews

ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରାଥମିକ କୃଷି ସମବାୟ ସମିତି

mahabharatanews

୧୨ରେ ଆସୁଛି ଏକ ଘୂର୍ଣ୍ଣିବଳୟ

mahabharatanews