ଓଡିଶା

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିବ କାୟାକଳ୍ପ ପୁରସ୍କାର

(ମହାଭାରତ, ପାଟଣା): କେଉଁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିବ ‘କାୟାକଳ୍ପ ପୁରସ୍କାର’ । ୨୦୧୯-୨୦ ବର୍ଷ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ଏନେଇ ପାଟଣା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପରିବେଶ, ପରିମଳ ବ୍ୟବସ୍ଥା, ପରିଚ୍ଛନ୍ନତା ଓ ଚିକିତ୍ସା ସେବାକୁ ଅନୁଧ୍ୟାନ କରାଯିବା ପରେ ଏହାକୁ କାୟାକଳ୍ପ ପୁରସ୍କାର ପାଇବାକୁ ଯୋଗ୍ୟ ଘୋଷଣା କରାଯାଇଛି । ରୋଗୀ ସେବାରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଓ କର୍ମଚାରୀଙ୍କ ନିଷ୍ଠାପର ସେବା ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ସୁପ୍ରକାଶ ଶତପଥୀ ଗଣମାଧ୍ୟମକୁ କହିଛନ୍ତି । ଗୋଷ୍ଠୀ କେନ୍ଦ୍ରର ଡାକ୍ତର ଶୁଭେନ୍ଦୁ ସାଗର ନାଏକ, ପିଏଚଓ ସରୋଜିନୀ ସେଠୀ, ବିପିଏମ ଦୀପକ କୁମାର ନାଏକ ଓ ଅନ୍ୟ କର୍ମଚାରୀ ମାନଙ୍କ ନିଷ୍ଠା ପାଇଁ ଏହି ସଫଳତା ମିଳିପାରିଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ରୋଗୀ ସେବା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରୁଥିବା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

Related posts

ରହସ୍ୟ ଘେରକୁ ଟାଣି ହୋଇ ଯାଉଛି ଦେବ କୁମାର ଗମାଙ୍ଗ ମୃତ୍ୟୁ ଘଟଣା

mahabharatanews

ସ୍ୱଚ୍ଛ ଭାରତ ଅଭିଯାନର ପୂର୍ତ୍ତି ଉତ୍ସବ

mahabharatanews

ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତ ଓ ୨୬ ତମ ପ୍ରତିଷ୍ଠା ଦିବସ ପାଳନ

mahabharatanews