ଓଡିଶା

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ଗୋପ: ଗୋଟେ ପଟେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଉଥିବା ବେଳେ ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥାରେ ରହିଛି କୋହଳତା, ଯେଉଁଥି ପାଇଁ ତିନିଜଣ ବିଦେଶିନୀ ଅ·ନକ ୱାଚ ଟାୱାରରେ ଚଢି ମନ୍ଦିର ଭିତରର ଦୃଶ୍ୟ ଉତ୍ତୋଳନ କରିଥିବା ଦୃଶ୍ୟ ରାଜ୍ୟବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।
ଶ୍ରୀମନ୍ଦିର ସୁରକ୍ଷା ପାଇଁ ଶହଶହ ପୋଲିସ କର୍ମ·ରୀ ନିୟୋଜିତ ଥିବା ବେଳେ ସବୁଠାରୁ ବଡ ଥାନା ଭାବେ ପରିଚିତ ପୁରୀ ସିଂହଦ୍ୱାର ଥାନା ଅଧୀନରେ ଥିବା ଏହି ୱାଚ ଟାୱାର ମୁକୁଳା ରହିବା ସବୁଠାରୁ ବଡ ବିଡମ୍ବନାର ଘଟଣା ହୋଇଛି । ଅନ୍ୟ ପଟେ ଶ୍ରୀମନ୍ଦିର ଉପରେ ନଜର ରଖିବାକୁ ପୋଲିସ ସୁରକ୍ଷା କର୍ମୀମାନଙ୍କ ଉପସ୍ଥିତିରେ ମଧ୍ୟ ୱାଚ ଟାୱାର ଉପରକୁ ବିଦେଶୀ ପର୍ଯ୍ୟଟକ ଚଢ଼ି କିପରି ଗଲେ ଏବଂ ଟାୱାରରେ କାର୍ଯ୍ୟରତ ପୋଲିସ କେଉଁଠି ଥିଲେ ତାହା ସବୁଠାରୁ ବଡ ପ୍ରଶ୍ନ ହୋଇ ଉଭା ହୋଇଛି । ଜଣେ ନୁହେଁ କି ଦୁଇ ଜଣ ନୁହଁନ୍ତି, ତିନି ତିନି ଜଣ ବିଦେଶୀ ପର୍ଯ୍ୟଟକ ଟାୱାରରେ ଚଢିବା ପାଇଁ ସକ୍ଷମ ହେଇଥିବା ବେଳେ ଅ ।ତଙ୍କବାଦୀମାନେ ଟାୱାରରେ ଚଢି ଅକ୍ଳେଶରେ ଶ୍ରୀମନ୍ଦିରକୁ ଯେ ଉଡାଇ ନ ଦେଇ ପାରିବେ, ସେଥିରେ ସନ୍ଦେହ ନାହିଁ । ବାରମ୍ବାର ଶ୍ରୀମନ୍ଦିର ସୁରକ୍ଷାରେ ଅବହେଳା କରାଯାଉଥିବାର ବିଭିନ୍ନ ଘଟଣା ଘଟୁଛି । ଘଟଣା ପରେ ହୋହାଲ୍ଲା ହେଉଛି । କିନ୍ତୁ ସେଠାକାର ସ୍ଥିତି ଯଥା ପୂର୍ବ ତଥା ପରଂ । ଏଥିନେଇ କିଏ ଦାୟୀ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related posts

ନୌସେନା କର୍ମଚାରୀଙ୍କୁ ସୋସିଆଲ ମିଡିଆ ମନା

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୪୨୫ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଖଣି ମନ୍ତ୍ରଣାଳୟ ସଂସଦୀୟ କମିଟିରେ ସ୍ଥାନ ପାଇଲେ ସସ୍ମିତ

mahabharatanews