ଓଡିଶା

ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

(ମହାଭାରତ, ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଚଡିଆପାରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ଏକ ଜଙ୍ଗଲ ମଧ୍ୟରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତକମାନେ ସେହି ଗାଁର ଅମଲ ସିଂହ ଓ ରାମବାଇ ଗଣ୍ଡ ବୋଲି ଜଣାପଡିଛି । ଜଙ୍ଗଲ ମଧ୍ୟରେ ଥିବା ଏକ ଗଛରୁ ଉଭୟଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବକୁ ଜବତ କରି ଘଟଣାର ତଦନ୍ତ କରୁଛି । ସୂଚନା ଅନୁଯାୟୀ, ପ୍ରେମୀ ଯୁଗଳଙ୍କ ପରିବାର ମଧ୍ୟରେ ପୂର୍ବରୁ ଘନିଷ୍ଠ ସମ୍ପର୍କ ଥିଲା । ପରସ୍ପରଙ୍କ ଘରକୁ ଉଭୟେ ବାରମ୍ବାର ଯିବା ଆସିବା ମଧ୍ୟ କରୁଥିଲେ । ଗତ ସୋମବାର ରାତିରେ ଯୁବକ ଅମଲ ସିଂହ ନିଜ ପ୍ରେମିକା ରାମବାଇଙ୍କ ଘରେ ରାତ୍ରି ଭୋଜନ କରି ଘରକୁ ଫେରିଥିଲେ । ତେବେ ପରଦିନ ସକାଳେ ଯୁବତୀ ଜଣକ ତାଙ୍କ ଘରେ ନଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ଜଙ୍ଗଲ ମଧ୍ୟରେ ଉଭୟଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେମାନଙ୍କ ପ୍ରେମକୁ ସାମାଜିକ ସ୍ୱୀକୃତି ମିଳିବା ସନ୍ଦେହ କରି ଉଭୟେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଗାଁ ଲୋକେ ସନ୍ଦେହ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ଚୁକ୍ତିଭିତ୍ତିକ ଅଧ୍ୟାପକଙ୍କ ଭିତରେ ସରକାରଙ୍କ ଅବହେଳାରୁ ଦାନା ବାନ୍ଧୁଛି ଅସନ୍ତୋଷ

mahabharatanews

 ବର୍ଷା ପ୍ରଭାବ; କୋରାପୁଟରେ ଭୂସ୍ଖଳନ 

mahabharatanews

ଏସସିବିରେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews