ବିଜୟ କାରୁଆ/ପାଟଣା: ସରକାର ଚାଷୀଙ୍କୁ ଖୋରିଫ ଫସଲ ନିମନ୍ତେ ବିହନ ଧାନ ଯୋଗାଇ ଦେଉଥିବା ବେଳେ ଲ୍ୟାମ୍ଫ କର୍ମଚାରୀମାନେ ଚାଷୀଙ୍କୁ ଶୋଷଣ କରୁଛନ୍ତି । ୪ ପ୍ୟାକେଟ ବିହନ ଧାନ ଯୋଗାଇ ଦେବା ନିୟମ ଥିବା ବେଳେ ଗୋଟିଏ ପ୍ୟାକେଟ ବିହନ ଯୋଗାଇବାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳୁଛି।
ସରକାରୀ ନିୟମ ଅନୁଯାୟୀ ଜଣେ ଚାଷୀଙ୍କୁ ୪ ପ୍ୟାକେଟ ଧାନ ବିହନ ଯୋଗାଇ ଦିଆଯିବ । କିନ୍ତୁ ଲ୍ୟାମ୍ଫ କର୍ମଚାରୀ ୪ ପ୍ୟାକେଟ ବଦଳରେ ମାତ୍ର ଗୋଟିଏ ପ୍ୟାକେଟ ଦେଉଛନ୍ତି । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଉତ୍ତେଜନ ଆଜି ଦେଖିବାକୁ ମଳିଛି । ଉତ୍ତେଜନା ଦେଖା ଦେବାରୁ ବିହନ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି । ଖବର ପାଇ ଏହାର କାରଣ ଉପସ୍ଥିତ ଲ୍ୟାମ୍ଫ କର୍ମଚାରଙ୍କୁ ପଚାରିବାରୁ ସେମାନେ କହିଛନ୍ତି, ପାଟଣା ଲ୍ୟାମ୍ଫକୁ ଚାଷୀଙ୍କ ପାଇଁ ୨୪୦ ପ୍ୟାକେଟ ଧାନ ବିହନ ଆସିଛି । ସମସ୍ତ ଚାଷୀଙ୍କୁ ବିହନ ଯୋଗାଇ ଦେବା ଲକ୍ଷ୍ୟରେ ପ୍ରତ୍ୟେକ ଚାଷୀ ଆଇଡିରେ ଗୋଟିଏ ଲେଖାଏଁ ବିହନ ଧାନ ଯୋଗାଇ ଦିଆଯାଉଛି । ଏହି ପରିପେକ୍ଷୀରେ ଚାଷୀଙ୍କ ଅସନ୍ତୋଷ ଦେଖା ଦେଇଛି । ଉତ୍ତେଜନା ସୂଚନା ପାଇଁ ପାଟଣା ଥାନା ଅଧିକାରୀ ସୋମନାଥ ଜେନା ବିହନ କେନ୍ଦ୍ରରେ ପହଞ୍ଚି ଚାଷୀ ମାନଙ୍କୁ ବୁଝା ସୁଝା କରିବା ସହ ନିୟମ ଅନୁଯାୟୀ ଧାନ ବିହନ ଦେବାକୁ ପରାମର୍ଶ ଦେବା ସହ ଚାଷୀ ମାନଙ୍କୁ ଧାଡିରେ ଠିଆ ଦେଇ ସାମାଜିକ ଦୂରତା ବଜାଇ ରଖିବାକୁ କହିଛନ୍ତି ।