ଓଡିଶା

ଆଜି ପହିଲି ରଜ,ଚଳଚଞ୍ଚଳ ଗାଁ ରୁ ସହର

(ଭୁବନେଶ୍ୱର) :  ଆଜି ପହିଲି ରଜ। ଗାଁ ରୁ ସହର ସବୁଠି ଚଳଚଞ୍ଚଳ । ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ପର୍ବ ଧୂମଧାମରେ ପାଳନ କରାଯାଉଛି। ଗତକାଲି ରାତିରେ ଓ ସକାଳେ ଅଳ୍ପ ପରିମାଣର ବର୍ଷା ହୋଇଥିବା ହେତୁ ଗରମ କମ୍ ରହିଛି। ତେଣୁ ଦୋଳି ଖେଳି ପିଠା ଖାଇ ବେଶ ମଜା ନେଉଛନ୍ତି ଝିଅ ବୋହୁ । କେତେକ ସ୍ଥାନରେ ରଜ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ଆଜି ବୁଧବାର ହୋଇଥିବା ହେତୁ ପହିଲି ରଜରେ ଆମିଷ ଦୋକାନରେ ବେଶ୍ ଭିଡ଼ ପରିଲକ୍ଷିତ ହେଉଛି।

 

ପହିଲି ରଜ ପାଇଁ ପୂରା ରାଜଧା‌ନୀ ଆଜି ବି ଚଳଚଞ୍ଚଳ ହୋଇପଡ଼ିଛି। ଗତକାଲି ଭଳି ଆଜି ସୂର୍ଯ୍ୟଙ୍କ କୋପ ନଥିବାରୁ ଦିନବେଳୁ ରାଜଧାନୀର ବିଭିନ୍ନ ସ୍ଥାନରେ ରଜ ମନେଇଲେଣି ଲୋକେ।  ଗତକାଲି ସଜବାଜ ଥିବା ହେତୁ ଅଧିକାଂଶ ମାର୍କେଟ୍‌ଗୁଡ଼ିକରେ ଗହଳି ଜମିଥିଲା।

 

 

Related posts

ରାଜଧାନୀରୁ ମିଳିଲା ଏକାଧିକ ଖପୁରୀ ସହ ନର କଙ୍କାଳ

mahabharatanews

ରାଜ୍ୟରେ ୪ ବର୍ଷରେ ୧୬୨୧ ଜୀବନ ନେଲାଣି ବଜ୍ରପାତ

mahabharatanews

54 ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ; ବିଭିନ୍ନ ବିଭାଗ ଉପରେ ଆଲୋଚନା

mahabharatanews