ଭାରତ

ପାଟନାରେ କରୋନାର ୟୁଏସ୍‌ ଭାରିଏଣ୍ଟ BA.12 ଚିହ୍ନଟ

(ଦିଲ୍ଲୀ) : ଦେଶରେ ପୁଣି ଥରେ ମୁଣ୍ଡ ଟେକିବା ଆରମ୍ଭ କଲାଣି ମହାମାରୀ କରୋନା। ବେଶ୍‌ କିଛି ଦିନର ବିରତି ପରେ ପୁଣି ଉପରମୁହାଁ ହୋଇ ଚାଲିଛି କରୋନା ଗ୍ରାଫ। ଏହାରି ଭିତରେ ଦେଶରେ କରୋନାର ଆଉ ଏକ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ବିହାରର ପାଟନାରେ କରୋନାର ୟୁଏସ୍‌ ଭାରିଏଣ୍ଟ BA.12 ଚିହ୍ନଟ ହେବା ପରେ ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳିଯାଇଛି। ଏହି ଭାରିଏଣ୍ଟ ଆମେରିକାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହା ଓମିକ୍ରନ୍‌ ଭାରିଏଣ୍ଟ ଠାରୁ ୧୦ଗୁଣ ଅଧିକ ଭୟଙ୍କର ଓ ସଂକ୍ରାମକ ବୋଲି କୁହାଯାଇଛି। ଦିଲ୍ଲୀରେ ମଧ୍ୟ ଏହି ଭାରିଏଣ୍ଟର ଗୋଟିଏରୁ ଦୁଇଟି ମାମଲା ସାମ୍ନାକୁ ଆସିଛି। ନିକଟରେ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସରେ ୧୩ଟି ନମୂନାର ଜିନୋମ୍‌ ସିକ୍ୱେନ୍ସିଂ କରାଯାଇଥିଲା। ଏହି ପରୀକ୍ଷାରୁ ସାମ୍ନାକୁ ଆସିଥିବା ରିପୋର୍ଟ ସମସ୍ତଙ୍କୁ ଭୟଭୀତ କରିଦେଇଥିଲା। ଜିନୋମ୍‌ ସିକ୍ୱେନ୍ସିଂ ପରେ BA.12 ଭାରିଏଣ୍ଟରେ କିଛି ଲୋକ ସଂକ୍ରମିତ ହୋଇଥିବା ଜଣାପଡିଥିଲା।

Related posts

ବନ୍ୟାରେ ଭାସି ୨୩ ଯବାନ ନିଖୋଜ, ହାଇ ଆଲର୍ଟ ଜାରି

mahabharatanews

ତୃତୀୟ ଥର ପାଇଁ ବାପା ବନିଲେ ମୁଖ୍ୟମନ୍ତ୍ରୀ 

mahabharatanews

ଜି-୨୦ ଶିଖର ସମ୍ମିଳନୀ ସମୟରେ ଡ୍ରୋନ୍‌ ଠାବ 

mahabharatanews