(ମହାଭାରତ): ସବୁ ଅଭିଭାବକ ମାନଙ୍କର ସ୍ୱପ୍ନ ଥାଏ ଯେ ସେମାନଙ୍କର ପିଲା ପାଠ ପଢି ଭଲ ମଣିଷ ହେବ । ହେଲେ ଅ ।ଜିକାଲି ଅଧିକରୁ ଅଧିକ ପିଲା ପାଠପାରେ କମ୍ ଡିଜିଟାଲ ଦୁନିଅ ।ରେ ଅଧିକ ମନ ଲଗାଉଛନ୍ତି । ତେଣୁ ଅଭିଭାବକ ମାନଙ୍କର ଚିନ୍ତା ବଢିଯାଉଛିୟ ଏପରିସ୍ଥଳେ କିଛି ଉପାୟ ଅବଲମ୍ବନ କରନ୍ତୁ ।
ଚାପ ପକାନ୍ତୁ ନାହିଁ: ପିଲା ଉପରେ କେବେହେଲେ ପାଠ ପିବାକୁ ଚାପ ପକାନ୍ତୁନାହିଁ । ବରଂ ସମୟ ସୁବିଧା ଦେଖି ପାଠପିବାର ମହତ୍ତ୍ୱ କଥା ବୁଝାନ୍ତୁା ତାକୁ ପିଇବାକୁ ପ୍ରେରିତ କରନ୍ତୁ, ଯେପରିକି ସେ ନିଜେ ବହି ପାଖରେ ବସିବା ଏଥିପାଇଁ ଅ।ପଣ ଗପବହି, କାର୍ଟୁନ୍ ସିରିଜର ବି ସାହାଯ୍ୟ ନେଇପାରିବେ ।
ପିଲାର ମାନସିକତାକୁ ବୁଝନ୍ତୁ: ପିଲାର ମାନସିକତା ବୁଝିଲେ ଯାଇ ଅ ।ପଣ ଏ କ୍ଷେତ୍ରରେ କିଛିଟା ସୁଫଳ ପାଇପାରିବେ । ଯେପରିକି ପିଲାଟି କ’ଣ ପାଇଁ ପିବାକୁ •ହୁଁନାହିଁ, ଦିନର କେଉଁ ସମୟରେ ସେ ପିବାକୁ ଅ ।ଗ୍ରହ ଦେଖାଉଛି ଇତ୍ୟାଦି । ସେ ହିସାବରେ ତାକୁ ପିବା ପାଇଁ ସହଯୋଗ କରନ୍ତୁ ।
ରୁଟିନ୍ କରନ୍ତୁ: ଜବରଦସ୍ତ ବହି ପାଖରେ ବସିବା ବଦଳରେ ଅଧ ଘଣ୍ଟା । ପିଲେ ବି ସେ ସବୁକିଛି ମନେ ରଖିପାରିବ । ଅଭିଭାବକ ହିସାବରେ ପ୍ରତିଦିନ କାର୍ଟୁନ ଦେଖିବା, ବାହାର ଯାଇ ଖେଳିବା ପରି ପାଠପିବାର ବି ଜରୁରୀ ବୋଲି ବୁଝାନ୍ତୁ । ଅ ।ବଶ୍ୟକସ୍ଥଳେ ତାର ରୁଟିନ୍ କରି ଦିଅନ୍ତୁ । ଏପରିସ୍ଥଳେ ସେ ଅ ।ଉ ପିବାକୁ ବିରକ୍ତ ହେବନାହିଁ ।
-ପିଲାକୁ ଦିନ ବା ରାତି କେତେବେଳେ ପିବାକୁ ଭଲ ଲାଗୁଛି ତାହା ପ•ରନ୍ତୁ । ସେହି ସମୟ ହିସାବରେ ତାର ପିବାର •ର୍ଟ ପ୍ରସ୍ତୁତ କରନ୍ତୁ । ସେହି •ର୍ଟକୁ ଅନୁକରଣ କରିବାକୁ ତାକୁ ପ୍ରୋତ୍ସାହିତ ବି କରନ୍ତୁ ।
-କିଛି ପିଲାଙ୍କ ମନରେ ପାଠ ପଢିବାକୁ ନେଇ ଡର ବା ଫୋବିଅ । ଥାଏ । ତାକୁ ରିଡିଂ ଫୋବିଅ । ବୋଲି କୁହାଯାଏ । ସାଇକୋଲୋଜିଷ୍ଟମାନଙ୍କ ମତରେ ଏହାର କାରଣ ହେଲା ପିଲା ଯେକୌଣସି ସବେଜକ୍ଟ ବିଷୟରେ ଦୁର୍ବଳ ରହିବା । ଅଭିଭାବକ ଭାବେ ଅ ।ପଣଙ୍କୁ ସେ ବିଷୟ କ’ଣ ତାହା ଚିହ୍ନଟ କରିବାକୁ ପଡ଼ିବୟ ସେ ବିଷୟ ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ । ଅ ।ବଶ୍ୟକ ହେଲେ ଅ ।ପଣ ତାର ଶିକ୍ଷକ ବା ଶିକ୍ଷୟତ୍ରୀଙ୍କ ସହାୟତା ନେଇପାରିବେ । ଏହା ଜାଣିବା ପରେ ତାକୁ ଖେଳ ମାଧ୍ୟମରେ ସେହି ପାଠ ପିବାକୁ ପ୍ରୋତ୍ସାହିତ କରିବାକୁ ହେବ । ପିଲା କିଛି କିଛି କଥା ଅ ।ୟତ୍ତ କରିବା ପରେ ତାକୁ ଏହା କିପରି ଖୁବ୍ ସହଜରେ ହୋଇଗଲା ତାହା ବୁଝାନ୍ତୁ । ସେହିପରି ଅନ୍ୟ ବିଷୟ ଗୁଡ଼ିକ ଉପରେ ଧ୍ୟାନ ଦେବାକୁ କୁହନ୍ତୁ ।
-ପାଠ ପଢି ମନେ ରଖିବାକୁ କଷ୍ଟ ହେଉଥିଲେ ପିଲାକୁ ବାରମ୍ବାର ଲେଖାଇ ତାକୁ ମନେ ରଖିବାକୁ ଅଭ୍ୟାସ କରାନ୍ତୁ । କାରଣ ୧୦ ଥର ପିବା ଅପେକ୍ଷା ଥରେ ଲେଖିଲେ ଅଧିକ ସୁଫଳ ମିଳେ ।
ପାଠ ପଢିବାର ବାତାବରଣ ବି ଜରୁରୀ:
ପିଲାକୁ ଖାଲି ପାଠ ପିବାକୁ କହିଦେଲେ ହେବନାହିଁ । ତାର ପିବା ପାଇଁ ଉପଯୁକ୍ତ ବାତାବରଣ ବି ଜରୁରୀୟ ଏପରି ବହୁତ ଅଭିଭାବକ ଥାଅ ।ନ୍ତି ଯେଉଁମାନେ ପିଲାକୁ ପାଠ ପିବାକୁ କୁହନ୍ତି କିନ୍ତୁ ନିଜେ ଘରେ ବସି ଟିଭି ଦେଖନ୍ତି । ବଡ଼ ପାଟିରେ କଥା କହନ୍ତିୟ ଏହି ଅଭ୍ୟାସ ପିଲାକୁ ନକରାତ୍ମକ ବାତାବରଣ ଦିଏ । ତା’ ବଦଳରେ ଘରର ସବୁଠାରୁ ଶାନ୍ତିପୂର୍ଣ୍ଣ କୋଠରୀରେ ପିଲାର ପିବା ପାଇଁ ବ୍ୟବସ୍ଥା କରନ୍ତୁ । ସେହି ଘର ଯେପରି ବ୍ୟବସ୍ଥିତ ରହିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ଯେପରିକି ଘରେ ପିଲାର ପିବା ପାଇଁ ଏକ ଟେବଲଚେୟାର, ବହି ରଖିବା ପାଇଁ ଥାକର ବ୍ୟବସ୍ଥା କରନ୍ତୁ । ପାଠ ପିବା ସମୟରେ ପିଲାର ଏକାଗ୍ରତା ଯେପରି ଭଙ୍ଗ ନ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ଅନ୍ୟ କୌଣସି ପିଲା ସହ ପିଲାକୁ ତୁଳନା କରିବା ଅନୁଚିତ୍ ।