ଓଡିଶା

ପାଣିରେ ଭାସୁଛି ଅଜଣା ମୃତ ଦେହ

ବଲାଙ୍ଗୀର : (ଜଗନ୍ନାଥ ଧରୁଆ ) କେନାଲରେ ଭାସୁଛି ଅଜଣା ଶବ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ବେଲପଡା ଥାନା ମଟରସୋରୁମ ପଛ ପୁରୁଣାବନ୍ଧ ପାଣିରେ । ମୃତ ଯୁବକ ଜଣକ ହେଉଛନ୍ତି ଖଲିପଥର ଗାଁ ର ଖିରସିନ୍ଧୁ ବାଗ । ଖବର ଅନୂଯାୟୀ ଖିରସିନ୍ଧୁ ଘରେ କେହି ନଥିବା ବେଳେ ସେ ଏକ ବାହାଘର ପାର୍ଟିକୁ ଯାଇଥିଲେ । ହେଲେ ସେଘରକୁ ନଫେରିବାରୁ ତାଙ୍କୁ ପରିବାର ଲୋକେ ଖୋଜାଖୋଜି କରୁଥିଲେ । ହେଲେ ଆଜି ବଲାଙ୍ଗୀର ବେଲପଡା ଥାନା ମଟରସୋରୁମ ପଛ ପୁରୁଣାବନ୍ଧ ପାଣିରେ ତାଙ୍କ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି । ଅନ୍ୟପଟେ ମୃତ ଶରୀରରେ ଆଘାତ ଲାଗିଥିବାରୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ ।

Related posts

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

mahabharatanews

ବିଜେଡି ଛାଡିଲେ ବିଧାୟକ ଅରବିନ୍ଦ ଢ଼ାଲି

mahabharatanews

କୋରୋନା ମୁକାବିଲା ପାଇଁ ବ୍ୟବସାୟୀଙ୍କ ଆର୍ଥୀକ ସହାୟତା

mahabharatanews