ଓଡିଶା

ଗୋଟିଏ ଦିନରେ କପ୍ତିପଦା ଫେରିଲେ ୫୫ ପ୍ରବାସୀ

(ଦୀପକ ମିଶ୍ର/ଉଦଳା): ପ୍ରବାସୀ ଓଡ଼ିଆଙ୍କୁ ଘରକୁ ଫେରାଇବା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ତେବେ ଆଜି ଦୁଇ ଗୋଟି ବସରେ ୫୫ ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି କପ୍ତିପଦାକୁ । ସକାଳୁ ୫ ଟା ସମୟରେ ପ୍ରଥମେ ୨୭ ଜଣ ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩ ଜଣ ପୁରୁଷ ଦୁଇଜଣ ମହିଳା, ଜଣେ ଛୋଟ ଝିଅ ଓ ପୁଅ ରହିଥିଲେ । ଏହା ସହ ଜଣେ ବାଲେଶ୍ୱର ଜିଲ୍ଲା ର ଲୋକ କପ୍ତିପଦାରେ ଓଲ୍ହାଇଥିଲେ । କପ୍ତିପଦା କଲେଜରେ ହେଇଥିବା କ୍ୱାରେନଣ୍ଟାଇନ ହଲରେ ସେମାନଙ୍କୁ ରଖାଯାଇ ସେମାନଙ୍କର ରେଜିଷ୍ଟ୍ରେସନ କରାଯିବା ପରେ ସେମାନଙ୍କୁ ନିଜସ୍ୱ ପଞ୍ଚାୟତରେ ଥିବା କ୍ୱାରେନଣ୍ଟାଇନ ସେଣ୍ଟରକୁ ପଠାଇଦିଆଯାଇଛି । ଅନ୍ୟପଟେ ଦ୍ୱିତୀୟ ବସରେ ସୁରଟରୁ ବାଲେଶ୍ୱର ଜିଲ୍ଲା ସମେତ କପ୍ତିପଦା ବ୍ଲକର ଅନେକ ଓଡ଼ିଆ ଫେରିଥିବାବେଳେ ବାଲେଶ୍ୱର ଜିଲ୍ଲା ଶେରଗଡ଼ ଛକ ନିକଟରେ କପ୍ତିପଦା ଅଞ୍ଚଳର ୨୭ ଜଣ ଓଲ୍ହାଇଥିଲେ ତାଙ୍କୁ କପ୍ତିପଦା ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ବସ ପଠାଯାଇଥିଲା । ସେମାନଙ୍କ ରେଜିଷ୍ଟ୍ରେସନ ପରେ ହାତରେ ଅଲିଭା କାଳୀ ଲଗାଯାଇ କ୍ୱାରେନଣ୍ଟାଇନ ସେଣ୍ଟରକୁ ପଠାଇଦିଆଯାଇଛି । ଆସିଥିବା ୫୪ ଜଣ ପ୍ରବାସୀ ଓଡ଼ିଆ ନିଜ ଖର୍ଚ୍ଚରେ ଜଣଙ୍କ ପ୍ରତି ୩୬ଶହ ଟଙ୍କା ଖର୍ଚ୍ଚ କରି କପ୍ତିପଦା ଫେରିଥିବା ସୂଚନା ମିଳିଛି ।

Related posts

ଆଜି ବନକଲାଗି ନୀତି; ୩ ଘଣ୍ଟା ଧରି ଦର୍ଶନ ବନ୍ଦ 

mahabharatanews

ଚଣ୍ଡିଖୋଲରେ କରୋନା ସମୀକ୍ଷା ବୈଠକ

mahabharatanews

ଜଳିଗଲା ବସ୍‌, ସମସ୍ତ ଯାତ୍ରୀ ସୁରକ୍ଷିତ

mahabharatanews