(ଜୟନ୍ତ ସେଠି/ ଗୋପ): ୨୦ ବର୍ଷ ଧରି ପାନୀୟ ଜଳ ପାଇଁ ଚଳାଇଛନ୍ତି ସଂଗ୍ରାମ । ପାନୀୟ ଜଳ ପାଇଁ ଡହଳ ବିକଳ ହେଲେ ଗ୍ରାମବାସୀ। ଗୋଟିଏ ପଟେ ରାଜ୍ୟ ସରକାର ପାନୀୟ ଜଳକୁ ପ୍ରାଥମିକ ଭାବେ ଗୁରୁତ୍ୱ ଦେଉଛନ୍ତି । ମାତ୍ର ୨୦ ବର୍ଷ ଧରି ଗ୍ରାମବାସୀ ପାନୀୟ ଜଳ ପାଇଁ ଅହରହ ସଂଗ୍ରାମ ଜାରି ରଖିଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଜୟପୁର ଗ୍ରାମ ପଞ୍ଚାୟତର ନିଗିଦି ଦଳିତ ବସ୍ତି ରହିଛି । ୩୦ରୁ ୪୦ ପରିବାର ରହିଛନ୍ତି । ଲୋକସଂଖ୍ୟା ପ୍ରାୟ ୧୫୦ ହେବ । ଏମାନେ ପାଇପି ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ, ବିଧାୟକଙ୍କ ଠାରୁ ବ୍ଳକ ପ୍ରଶାସନ ଓ ସରପଞ୍ଚଙ୍କୁ ଅନେକଥର ଲିଖିତ ଅଭିଯୋଗ କରିଛନ୍ତି । ମାତ୍ର ସମସ୍ତେ କେବଳ ହଁ ଆଶ୍ୱସନା ପାଇଛନ୍ତି ବୋଲି ଗ୍ରାମବାସୀ ମାନେ କହନ୍ତି । ଅନେକ ଦିନ ତଳେ ଗ୍ରାମ ଦାଣ୍ଡ ଖୋଳାଯାଇ ପାଇପି ପଡିଲା । ମାତ୍ର ପାଖ ପଡିଶା ଗ୍ରାମକୁ ଜଳ ଯୋଗାଣ କରାଗଲା ଆମକୁ ମିଳିଲା ନାହିଁ । ସେହିପରି ନିଜ ଭାଗ୍ୟକୁ ଆଦେରି ପୋଖରୀ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି । ଯେଉଁ ପୋଖରୀରେ ଲୋକମାନେ ଶୌଚ, ଗାଧୁଆ ପାଧୁଆ, ବାସନାମଜା, ସହିତ ଲୁଗାପଟା ସଫା କରୁଛନ୍ତି ସେହି ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି ବୋଲି ଜଣାପଡିଛି । ଏ ସମ୍ପର୍କରେ ଜୟପୁର ସରପଞ୍ଚ ବିଶ୍ୱଜିତି ମହାପାତ୍ରଙ୍କୁ ପଚାରିବାରୁ ସେ କହନ୍ତି ଉକ୍ତ ବସ୍ତିରେ ପାନୀୟ ଜଳ ସମସ୍ୟା ରହିଛି । ଏହା ଆଜି କାଲିର ନୁହେଁ ଏହା ହେଉଛି ୨୦ ବର୍ଷର । ମୁଁ ସରପଞ୍ଚ ଭାବେ ଦାୟତ୍ୱ ନେବାପରେ ଅଭିଯୋଗ ପାଇଲା ପରେ ଉକ୍ତ ଗ୍ରାମକୁ ପାଇପି ପକାଇ ପାନୀୟ ଜଳ ଯୋଗାଣ ପାଇଁ ଅର୍ଥ ମଞ୍ଜୁର କରିଛି । ମାତ୍ର କାମ ଆରମ୍ଭ ହେବା ବେଳକୁ ବିଭାଗୀୟ ଜେଇ କେତେକ କାରଣ ନେଇ ସସପେଣ୍ଡ ହେଲେ । ଯାହା ଫଳରେକି କାମ ପଡି ରହିଛି । ଖୁବ୍ ଶୀଘ୍ର ଉକ୍ତ ବସ୍ତିରେ ପାଇପ ପକା କାର୍ୟ୍ୟ ଆରମ୍ଭ କରାଯିବ ବୋଲି ସରପଞ୍ଚ ଶ୍ରୀ ମହାପାତ୍ର କହିଛନ୍ତି ।
previous post