ଓଡିଶା

ପୁଣି ଅରୁଣଙ୍କ ଇସ୍ତଫା ଦାବିରେ କମ୍ପିଲା ଗୃହ

ଭୁବନେଶ୍ୱର: ଆଜି ମଧ୍ୟ ପରୀ ହତ୍ୟାକୁ ନେଇ ବିରୋଧୀଙ୍କ ଜୋରଦାର ବିରୋଧ । ବିଧାନସଭା ଭିତରେ ଓ ବାହାରେ ବିଜେପି ଓ କଂଗ୍ରେସଙ୍କ ବିରୋଧ। ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଦର୍ଶାଇ ତାଙ୍କ ଇସ୍ତଫା ଦାବି କରି ଗୃହ ଭିତରେ ବିରୋଧୀ ଦଳ ହଟ୍ଟଗୋଳ କରିଥିବା ବେଳେ ରାଜରାସ୍ତାରେ ଦଳୀୟ କର୍ମୀଙ୍କ ନାରାବାଜି ଦେଖବାକୁ ମିଳିଛି ।
ଗତକାଲି ଗୃହରେ ମନ୍ତ୍ରୀ ଅରୁଣ ସାହୁଙ୍କ ବିବୃତ୍ତି ସତ୍ତ୍ୱେ ବିରୋଧୀ ଇସ୍ତଫା ଦାବିରେ ଅଡି ବସିଛନ୍ତି। ଗୃହ କାର୍ୟ୍ୟ ଆରମ୍ଭ ହେଉ ହେଉ ବିରୋଧୀ ଦଳ ବିଧାୟକମାନେ ଗୃହ ମଧ୍ୟଭାଗରେ ପୋଷ୍ଟର ଓ ବ୍ୟାନର ଦେଖାଇ ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ।
ସେହିପରି ଲୋୟର ପିଏମଜିରେ ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ରାଲି କରାଯାଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି । ଯୁବ କଂଗ୍ରେସ କର୍ମୀ ରାଲି କରି ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଆଡକୁ ଆଗେଇ ଯିବା ବେଳେ ପୁଲିସ ଶତାଧିକ ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି।

SR

 

Related posts

ଠିକାସଂସ୍ଥାର ଜାତୀୟ ରାଜପଥ ଅବରୋଧ, ଅଞ୍ଚଳରେ ଅସନ୍ତୋଷ

mahabharatanews

ବର୍ଷା ପାଣି ନିଷ୍କାସନ ପାଇଁ ରାସ୍ତା ହାଣିଲେ ଗ୍ରାମବାସୀ

mahabharatanews

ନର୍ସିଂହୋମ ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ମା ଛେଉଣ୍ଡ ହେଲା ନବଜାତକ, ପରିବାର ଲୋକଙ୍କ କ୍ଷତିପୁରଣ ଦାବି

mahabharatanews