(ମହାଭାରତ, ପାରାଦ୍ୱୀପ): ପାରାଦ୍ୱୀପ ବନ୍ଦର ପକ୍ଷରୁ ୪୯ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ଯୋଗ ଦେଇ କର୍ମମାନଙ୍କୁ ଶପଥପାଠ କରାଇଥିଲେ । ତେବେ ପାରାଦ୍ୱୀପ ଦେଶର ଏଭଳି ଏକ ବନ୍ଦର ଯେଉଁଠାରେ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ କର୍ତ୍ତୃପକ୍ଷ ସର୍ବଦା ତତ୍ପରତା ଦେଖାଇଥାନ୍ତି । ଏହାସହ ବନ୍ଦର ପରିସରରେ ଆଲୋକୀକରଣ ଓ ବସ ଚଳାଚଳ ପାଇଁ କର୍ତ୍ତୃପକ୍ଷ ସବୁବେଳେ କିଛି ନୂଆ ପଦକ୍ଷେପ ନେଇଥାନ୍ତି ବୋଲି ପୋର୍ଟ ଅଧ୍ୟକ୍ଷ କହିଥିଲେ । ଚଳିତଥର ବନ୍ଦର ମଧ୍ୟରେ ମଦ୍ୟପାନ କାମ କରୁଥିବା କର୍ମଚାରୀ ତଥା ଗାଡି ଚାଳକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଯଦି କେହି ମଦ୍ୟପାନ କରି ଡ୍ୟୁଟିକୁ ଆସିବାର ଦେଖାଯାଏ ତେବେ ଉକ୍ତ କର୍ମଚାରୀଙ୍କ ଗେଟ୍ ପାସ୍ ଏକ ବର୍ଷ ପର୍ଯ୍ୟନ୍ତ ରଦ୍ଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାଛଡା ପ୍ରତ୍ୟେକ ଦିନ ଏକ ସ୍ୱତନ୍ତ୍ର ଟିମ୍ ପୋର୍ଟ ନିଷେଧାଞ୍ଚଳ ଯାଞ୍ଚ କରିବେ । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ଏଠାରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀଙ୍କ ପାଇଁ କମ୍ ଦରରେ ଖାଦ୍ୟ ଯୋଗାଇବା ପାଇଁ ଏକ ସ୍ୱତନ୍ତ୍ର ଫୁଡ ଟ୍ରାଭେଲରର ଉଦଘାଟନ କରିଥିଲେ ।
previous post
