Uncategorized

ସୁଣ୍ଠି, ଗୋଲମରିଚ, ଗିଲୋୟରେ ରହିଛି କୋରୋନା ନିରୋଧକ ଗୁଣ

(ମହାଭାରତ): କୋରନା ଭାଇରସକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ରହିଛି । ସମଗ୍ର ଦେଶରେ ୨୯ ପଜେଟିଭ୍ ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ ଜଣେ ଦିଲ୍ଲୀର ଅଟନ୍ତି । ୨୯ ଜଣଙ୍କ ମଧ୍ୟରୁ ୧୪ ଜଣ ରୋଗୀ ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ରହିଛନ୍ତି, ଯେତେବେଳେ କି ୮ଜଣ ରୋଗୀ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଅବସ୍ଥା ସେତେବେଳେ ହୋଇଛି, ଯେତେବେଳେ କି ଏହି ରୋଗର କୌଣସି ଉପଚାର ବା ଔଷଧ ନାହିଁ । ଏହି ପରିସ୍ଥିତିରେ ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି ଯେ ରୋଗ ପ୍ରତିରୋଧକ ଶକ୍ତି ବା କୋରୋନା ଭୂତାଣୁକୁ ରୋକାଯାଇପାରିବ ।

ପ୍ରଶାନ୍ତ ବିହାର ସ୍ଥିତ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ଆୟୁର୍ବେଦିକ ପଞ୍ଚକର୍ମା ଡାକ୍ତରଖାନାର ମେଡିକାଳ ଅଧୀକ୍ଷକ ଡ. ଆରପି ପରାଶର କହିଛନ୍ତି ଯେ, ଯେଉଁମାନଙ୍କ ରୋଗ ପ୍ରତିଷେଧକ ଶକ୍ତି ଦୁର୍ବଳ, ସେମାନେ ସହଜରେ ଏହାର ଶିକାର ହୋଇପାରନ୍ତି । ଶୀତ ଋତୁରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ, ଯାହାଦ୍ୱରା ଅସୁସ୍ଥ ହେବାର ସମ୍ଭାବନା ରହିଥାଏ, ତେଣୁ ତୁଳସୀ, ଅଦା, ଲେମ୍ବୁ, ଗୋଲମରିଚ, ଗିଲୋୟ ବା ଛୋଟ ପିପ୍ପଳିକୁ କ୍ଷୀର, ଚା କିମ୍ବା ପାଣିରେ ଫୁଟାଇ ଦିନରେ ଦୁଇରୁ ତିନିଥର ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ସୁଣ୍ଠି, ଗୋଲମରିଚ ଏବଂ ପିପଲି ମିଶ୍ରିତ

ଟ୍ୟାବଲେଟ୍ ତ୍ରିକଟୁ ନାମରେ ବଜାରରେ ଉପଲବ୍ଧ । ଆୟୁର୍ବେଦିକ ଔଷଧ ଦୋକାନରୁ ଗିଲୋଇ ବା ଗୁଡୁଚିର ଏକ ଟାବଲେଟ୍ ମଧ୍ୟ ସହଜରେ ଉପଲବ୍ଧ ।

ସେହିପରି ଆୟୁଷ ମନ୍ତ୍ରଣାଳୟ କମିଟିର ସଦସ୍ୟ ଡ଼ଃ. ଏମ୍କେ ତନେଜା କହିଛନ୍ତି ନିଜକୁ ସାମୁଦ୍ରିକ ଭୋଜନ ଏବଂ ମାଂସାହାରୀ ଖାଦ୍ୟରୁ ଦୂରେଇ ରୁହନ୍ତୁ । ଯେତେବେଳେ ବି ଆପଣ ନିଜ ଘରେ କିମ୍ବା ଅଫିସରେ ପହଁଞ୍ଚୁଛନ୍ତି ଅତିକମ୍ରେ ୨୦ସେକେଣ୍ଡ୍ ଭଲ ସାବୁନ କିମ୍ବା ହାଣ୍ଡ୍ ୱାସରେ ନିଜର ହାତକୁ ଧୁଅନ୍ତୁ, ଟିସୁର ବ୍ୟବହାର କରନ୍ତିୁ । କୌଣସି ଟିସୁକୁ ଥରେ ବ୍ୟବହାର କରିବାପରେ ଦ୍ୱିତିୟବାର ବ୍ୟବହାର କରନ୍ତୁ ନାହିଁ ।

ଡ଼ଃ. ପରାଶର କହିଛନ୍ତି କ୍ଷୀରରେ ହଳଦୀ, ଶୂଖିଲା ଅଙ୍ଗୁର ବା ଖଜୁରୀକୁ ଫୁଟାଇ ସେବନ କରିବା ଦ୍ୱାରା ଇମିନ୍ୟୁଟି ସ୍ତରରେ ତୁରନ୍ତ ସୁଧାର ଆସିଯାଇଥାଏ । ଏଗୁଡିକର ବ୍ୟବହାର ଶିଶୁ ଏବଂ ବୃଦ୍ଧମାନଙ୍କ ପାଇଁ ବିଷେଶ ପ୍ରଭାବଶାଳୀ ହୋଇଥାଏ । ଆଜିକାଲି ନିୟମିତ ଭାବେ ଗିଲୋଇ, ଭୂଇଁ ଅଁଳା, କମଳା, ମୌସମି, ଅଙ୍ଗୁର ଏବଂ ଅଁଳା ବ୍ୟବହାର କରିବା ଉଚିତ୍ ।

Related posts

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ

mahabharatanews

ଜର୍ମାନରୁ ଉଠିବ ଲକଡାଉନ: ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜନସମାବେଶ ଉପରେ ପ୍ରତିବନ୍ଧକ

mahabharatanews

ସାଧାରଣତନ୍ତ୍ର ଦିବସ ପାଇଁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡା

mahabharatanews