ଓଡିଶା

ପାରାଦ୍ୱୀପ ସରସ୍ୱତୀ ଶିଶୁ ମନ୍ଦିରରେ ରକ୍ତଦାନ ଶିବିର

(ସିଦ୍ଧେଶ୍ୱର ସ୍ୱାଇଁ/କୁଜଙ୍ଗ): ଆଜି ପବିତ୍ର ଘୋଷଯାତ୍ରା ଅବସରରେ ପାରାଦ୍ୱୀପସ୍ଥିତ ସ୍ୱାମୀ ବିବେକାନନ୍ଦ ଟ୍ରଷ୍ଟ ପକ୍ଷରୁ ପାରାଦ୍ୱୀପ ସରସ୍ବତୀ ଶିଶୁ ମନ୍ଦିର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ଏବଂ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । କରୋନା ମହାମାରୀ ସମୟରେ ବିଭିନ୍ନ ଡାକ୍ତରଖାନାମାନଙ୍କରେ ରୋଗୀ ମାନଙ୍କ ପାଇଁ ରକ୍ତ ସଙ୍କଟ ଦୂର କରିବା କ୍ଷେତ୍ରରେ ଏଭଳି ରକ୍ତଦାନ ଶିବିରର ଆୟୋଜନ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ସରସ୍ବତୀ ଶିଶୁ ମନ୍ଦିରର ପ୍ରାର୍ଥନା ମଣ୍ଡପରେ ଆୟୋଜିତ ହୋଇଥିବା ଏହି ଶିବିରରେ ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ ମନୋଜ ରଞ୍ଜନ ସେଠୀ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଛନ୍ତି । ଉକ୍ତ ଶିବିରରେ ୧୦୦ ୟୁନିଟରୁ ଉଦ୍ଧ୍ୱର୍ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖା ଯାଇଛି ବୋଲି ସଂଘର ମୁଖ୍ୟ ଉପଦେଷ୍ଟା ପ୍ରକାଶ କରିଛନ୍ତି। କରୋନା କଟକଣାକୁ ପାଳନ କରି ସ୍ୱାମୀ ବିବେକାନନ୍ଦ ଟ୍ରଷ୍ଟର କର୍ମକର୍ତ୍ତାମାନେ ରକ୍ତଦାନ ଶିବିରର ପରିଚାଳନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବନ୍ଦର ଅଧ୍ୟକ୍ଷ ଶ୍ରୀ ରିଂକେଶ ରାୟ,ପାରାଦ୍ୱୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର ଓ ଭୁବନ ମୋହନ ଜେନା, ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ଚରଣ ମିଶ୍ର,ଡାକ୍ତର ଦେବଦତ୍ତ ସାମନ୍ତରାୟ ଯୋଗ ଦେଇଛନ୍ତି ।

Related posts

କ୍ୱାରେଣ୍ଟାଇନରୁ ଗଲା ପରେ ବି ପ୍ରବାସୀଙ୍କୁ ମିଳିନି ସହାୟତା

mahabharatanews

ସ୍ୟାଣ୍ଡ ଆନିମେସନ ରେ ଋଷି କପୁରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

mahabharatanews

ଦଳିତ ପରିବାରକୁ ନଳକୂପ ପାଣିନେବା ମନା

mahabharatanews

Leave a Comment