Uncategorized

ହଲିଉଡ ପ୍ରଡ୍ୟୁସରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ହଲିଉଡ ଜଣାଶୁଣା ପ୍ରଡ୍ୟୁସର ଷ୍ଟିଭ ବିଙ୍ଗ୍ (୫୫) ଆତ୍ମହତ୍ୟା କରିଛନ୍ତି। ସେ ରହୁଥିବା କୋଠାର ୨୭ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । କରୋନା ଭାଇରସ୍ ଯୋଗୁଁ ଆଇସୋଲେସନରେ ରହିବା ପରେ ସେ ଡିପ୍ରେସନରେ ଥିଲେ। ସୋମବାର ପ୍ରାୟ ୧ଟାରେ ସେ ଲସ୍ ଆଞ୍ଜେଲସର ସେଞ୍ଚୁରୀ ସିଟିରେ ଏକ ଲକ୍ସରି ଆପାର୍ଟମେଣ୍ଟର ୨୭ମହଲାରୁ ଡେଇଁ ପଡ଼ିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ହଲିଉଡରେ ଶୋକର ଛାୟା ଖେଳିଯାଇଛି। ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।
‘ଦ ପୋଲାର ଏକ୍ସପ୍ରେସ୍’ ଏବଂ ବିୟୋଉଲ୍ଫ ଭଳି କେତେକ ଫିଲ୍ମକୁ ସେ ପ୍ରଡ୍ୟୁସ୍ କରିଥିଲେ। ସେ ‘ଦ ପୋଲାର ଏକ୍ସପ୍ରେସ’ରେ ୮୦ମିଲିୟନ୍ ଡଲାରରୁ ଅଧିକ ଇନଭେଷ୍ଟ କରିଥିଲେ, ଯାହା କ୍ରିସମସର ଆନିମେସନ୍ ବଜେଟର ପାଖାପାଖି ଅଧା ଥିଲା।

Related posts

ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବଙ୍କୁ ଆକ୍ରମଣ

mahabharatanews

କରୋନା ଭାଇରସ ଲାବରୁ ସୃଷ୍ଟି ହୋଇନାହିଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

mahabharatanews

ପ୍ରବଳ ଗରମ ସହ ଗୁଳୁଗୁଳି; ୟେଲୋ ଆଲର୍ଟ ଜାରି 

mahabharatanews