ଓଡିଶା

ପାରାଦ୍ୱୀପ ୟୁନିଟ ଟ୍ରଷ୍ଟ୍ ପକ୍ଷରୁ ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

(ପାରାଦ୍ବୀପ / ପ୍ରଶାନ୍ତ କୁମାର ସ୍ବାଇଁ): କୋରୋନା ଭୂତାଣୁ ସଂକ୍ରମଣ ପାଇଁ ସାରାଦେଶକୁ ଅପ୍ରେଲ ୧୪ତାରିଖ ପର୍ୟ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ କାମ ନଥିଲେ କେହି ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆ ଯାଇଛି। ଏହି ସମୟଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଅନେକ ଅସୁସ୍ଥ, ନିରାଶ୍ରୟ ଓ ଗରିବ ଲୋକ ବାହାରକୁ ବାହାରି ପାରୁ ନଥିବା ବେଳେ ଖାଦ୍ୟ ବିନା ଭୋକ ଉପାସରେ ପାରାଦ୍ବୀପ ଭଳି ସହର ଓ ବଜାର ଘାଟରେ ଅନେକ ଭୀକାରୀ ଆଦି ବୁଲୁଥିବାର ଦେଖିବାକୁ ମିଳୁଛି। ତେବେ ‘ ପାରାଦ୍ବୀପ ୟୁନିଟ ଟ୍ରଷ୍ଟ ‘ ସ୍ବେଚ୍ଛାସେବୀ ସଂଗଠନ ନିଜସ୍ୱ ପାଣ୍ଠିରୁ ସ୍ଥାନୀୟ ଅଞ୍ଚଳରେ ଥିବା ନିରାଶ୍ରୟ ମାନଙ୍କୁ ଦୁଇଦିନ ହେବ ରନ୍ଧା ଖାଦ୍ୟ ଯୋଗାଇ ଆସୁଛନ୍ତି। ଉକ୍ତ ସହରରେ ରହୁଥିବା ଆମ ରାଜ୍ୟ ତଥା ରାଜ୍ୟ ବାହାର ର ଦିନ ମଜୁରିଆ ଭାବେ କାମ କରୁଥିବା ଶ୍ରମିକଙ୍କ ସହିତ ରିକ୍ସା ଓ ଟ୍ରଲି ଚାଳକ ଏବଂ ମାନସିକ ଭାରସ୍ୟମ ହରାଇ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ‘ ପାରାଦ୍ବୀପ ୟୁନିଟ ଟ୍ରଷ୍ଟ ‘ ପକ୍ଷରୁ ଯୋଗାଉଛନ୍ତି। ତେବେ ପ୍ରତ୍ୟେକ ଦିନ ଏକ ହଜାର ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବଣ୍ଟନ କରା ଯାଉଥିବା ବେଳେ ଖାଇବା ପୂର୍ବରୁ ସମସ୍ତେ ଭଲ ଭାବରେ ହାତ ଧୋଇବା ପାଇଁ ସାବୁନ ଓ ସାନିଟାଇଜର ଯୋଗାଇ ଦିଆ ଯାଉଛି। ତେବେ ପାରାଦ୍ବୀପ ର ବଡପଡିଆ ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ନେହେରୁ ବଙ୍ଗଳା,।ଲେବର କଲୋନୀ ଓ ବାଲିଝରା ସ୍ଥିତ ଜରାଶ୍ରମ ଅନ୍ତବାସୀଙ୍କୁ ଟ୍ରଷ୍ଟ ପକ୍ଷରୁ ଖାଦ୍ୟ ବଣ୍ଟନ କରା ଯିବା ସହିତ ଥଣ୍ଡା ଓ ଜ୍ବର ପାଇଁ ମେଡିସିନ ଯୋଗାଇ ଦିଆ ଯାଇଛି। ତେବେ ‘ ପାରାଦ୍ବୀପ ୟୁନିଟ ଟ୍ରଷ୍ଟ ‘ର ସଭାପତି ତପନ ସ୍ବାଇଁ ଙ୍କ ସମେତ ଟ୍ରଷ୍ଟର ଅନ୍ୟ ସଦସ୍ୟ ମାନେ ଖାଦ୍ୟ ବଣ୍ଟନ କାର୍ୟ୍ୟରେ ସହଯୋଗ କରିଥିଲେ। ତେବେ ପାରାଦ୍ବୀପ ଭଳି ଶିଳ୍ପାନୁଷ୍ଠାନ ମାନଙ୍କରେ ପ୍ରାୟ ୮୦ପ୍ରତିଶତ କାର୍ୟ୍ୟ ବନ୍ଦ ହୋଇ ପଡିଥିବା ବେଳେ କୋରୋନା କୁ ନେଇ ଦେଶର ଏଭଳି ସ୍ଥିତିରେ ଶ୍ରମିକ ଶ୍ରେଣୀର ଲୋକମାନଙ୍କ ପାଇଁ ଏହି ‘ ପାରାଦ୍ଵୀପ ୟୁନିଟ ଟ୍ରଷ୍ଟ ‘ସଦା ସର୍ବଦା ସାହାଯ୍ୟ କରିବା ପାଇଁ ରହିଛି ବୋଲି ସଭାପତି ତପନ ସ୍ବାଇଁ ପ୍ରକାଶ କରିଛନ୍ତି।

Related posts

ଦିପଶିଖା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମାକ୍ସ, ସାବୁନ ଓ ବିସ୍କୁଟ

mahabharatanews

ସମୁଦ୍ରରେ ଗାଧୋଇବାବେଳେ ବୁଡିଗଲେ ପରିବାରର ୫ ସଦସ୍ୟ, ୨ମୃତ

mahabharatanews

ଗୁଜରାଟର ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ

mahabharatanews