ଓଡିଶା

କୋରୋନା ମୁକାବିଲା ପାଇଁ ବ୍ୟବସାୟୀଙ୍କ ଆର୍ଥୀକ ସହାୟତା

(ପାରାଦ୍ବୀପ, ପ୍ରଶାନ୍ତ କୁମାର ସ୍ବାଇଁ): କରୋନା ଭାଇରସ୍ ର ମୁକାବିଲା ପାଇଁ ନିଜ ସଞ୍ଚିତ ଅର୍ଥରୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ପାରାଦ୍ବୀପର ବ୍ୟବସାୟୀ ଛଇରାମ ବେହେରା।  ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ଓ ଛଇରାମ ବେହେରା ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର୍ଙ୍କ ନିକଟରେ ପହଞ୍ଚି ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଏବର୍ତ୍ତମାନ ସାରା ଦେଶରେ ଲକ୍ ଡାଉନ ପାଳନ କରାଯାଉଛି। ଫଳରେ ସାଧାରଣ ମଜୁରୀ ଲାଗି ପେଟ ପୋଷୁଥୀବା ଗରିବ ପରିବାର ଏବେ ଭୋକ ଉପାସରେ ଦିନ କାଟୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଘୋଷଣା କରିଛନ୍ତି ତାହା ସ୍ବାଗତ ଯୋଗ୍ୟ।ଏଥିପାଇଁ ମୁଁ ମୋର ସଞ୍ଚିତ ଅର୍ଥରୁ ଦାନ କରିଛି ବୋଲି ପ୍ରକାଶ କରିବା ସହିତ ପ୍ରତ୍ୟେକ ନାଗରିକ ନଜ ସାଧ୍ୟ ମତେ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

Related posts

ପୁଣି ଖଟିଆରେ ବୁହା ହେଲେ ରୋଗୀ

mahabharatanews

ସାପ କାମୁଡାରେ ଚାଲିଗଲା ଯୁବକଙ୍କ ଜୀବନ

mahabharatanews

ବାଲେଶ୍ୱର ଓ ମୟୁରଭଞ୍ଜ ସୀମା ସିଲ, ଗ୍ରାମାଞ୍ଚଳରେ ବ୍ୟବସ୍ଥା ହୁଗୁଳା

mahabharatanews