ଓଡିଶା

ପାରିବାରିକ କଳହରୁ ହତ୍ୟାକାଣ୍ଡ

(ମହାଭାରତ, ତେଲକୋଇ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ କଲଣ୍ଡା ଗାଁରେ ଏପରି ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ଘଟିଛି । ଜଣେ ମହିଳାଙ୍କୁ ତାଙ୍କ ସମ୍ପର୍କୀୟ ପୁତୁରା ଠେଙ୍ଗାରେ ମାଡ ମାରିବାରୁ ସେ ଜୀବନ ହରାଇଥିବା ଅଭିଯୋଗ ହୋଇଛି । ମୃତା ମହିଳା ଜଣକ ରାଇବାରୀ ଦେହୁରୀ ଓ ସମ୍ପର୍କରେ ଅଭିଯୁକ୍ତର ପିଉସୀ ବୋଲି ଜଣାପଡିଛି । ଅଭିଯୁକ୍ତ ପୁତୁରା ଶ୍ରୀକାନ୍ତ ଦେହୁରୀ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ମହିଳା ଜଣକ ତାଙ୍କ ଘର ପାଖରେ ଏକ ବଗିଚା କରିଥିଲେ । କିନ୍ତୁ ଅନେକ ସମୟରେ ତାଙ୍କ ପୁତୁରା ଶ୍ରୀକାନ୍ତ ପାଳିଥିବା ଛେଳି ବଗିଚାରେ ପସି ଗଛ ସବୁ ଖାଇ ଦେଉଥିଲେ । ଏହାକୁ କେନ୍ଦ୍ର କରି ବହୁ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା । ଗତ ବୁଧବାର ଅପରାହ୍ନରେ ଶ୍ରୀକାନ୍ତଙ୍କ ଛେଳି ମହିଳାଙ୍କ ବଗିଚାରେ ପସି ଫସଲ ନଷ୍ଟ କରିଥିଲା । ଏହାକୁ ନେଇ ରାଇବେରୀ ଶ୍ରୀକାନ୍ତଙ୍କୁ ଗାଳି କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଶ୍ରୀକାନ୍ତ ରାଇବେରୀ ଧରିଥିବା ଠେଙ୍ଗାକୁ ଛଡାଇ ଆଣି ତାଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ରାଇବେରୀଙ୍କୁ ପରିବାର ଲୋକେ ବାଂଶପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଅଭିଯୁକ୍ତ ପୁତୁରାକୁ ଗିରଫ କରିଛି ।

Related posts

ଆସନ୍ତା ମାର୍ଚ୍ଚ ୩୧ରୁ କର୍ମଚାରୀଙ୍କୁ ମିଳିବ ଚୂଡାନ୍ତ ପେନସନ

mahabharatanews

ଜୟପାଟଣା ବ୍ଲକ ୱାର୍କିଙ୍ଗ ମିଡ଼ିଆ ଏସୋସିଏସନ ତରଫରୁ ଜାତୀୟ ପ୍ରେସ ଦିବସ

mahabharatanews

ଆଜି ଦଶମୀ ତିଥି, ମହାପ୍ରଭୁଙ୍କ ବନଭୋଜି ବେଶ

mahabharatanews