Uncategorized

ବିଦେଶକୁ ଗୋଏୟାରର ବିମାନ ଉଡାଣ ବନ୍ଦ

(ନୂଆଦିଲ୍ଲୀ): ମହାମାରୀ କରୋନା ପାଇଁ ଦେଶର ଅନ୍ୟତମ ବିମାନ ଚଳାଚଳ ସଂସ୍ଥା ଗୋଏୟାର ବିଦେଶକୁ ବିମାନ ଉଡାଣ ବନ୍ଦ କରିଛି । ଏପ୍ରିଲ ୧୫ ଯାଏ ବିଦେଶରୁ କୌଣସି ଯାତ୍ରୀ ଭାରତକୁ ଯିବା ଆସିବା କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାର ଘୋଷଣା କରିବା ପରେ ଗୋଏୟାର ଏଭଳି ନିଷ୍ପତ୍ତି ନେଇଛି । ଫଳରେ ଏହି ବିମାନ ଚଳାଚଳ ସଂସ୍ଥା ଅଷ୍ଟ୍ରିୟା, ବେଲଜିୟମ, ବୁଲଗାରିଆ, ଫ୍ରାନ୍ସ, ଇଟାଲୀ, ଡେନମାର୍କ, ସ୍ପେନ, ଜର୍ମାନୀ, ଗ୍ରୀସ, ହଙ୍ଗାରି, ନେଦରଲାଣ୍ଡ, ପୋଲାଣ୍ଡ,କ୍ରୋଏସିଆ, ମାଲଟା, ସ୍ୱିଡେନ, ସୋଲଭେନିଆ, ରୋମାନିଆ ଆଦି ୟୁରୋପୀୟ ଦେଶ ସମେତ ଅନ୍ୟାନ୍ୟ ଦେଶଗୁଡିକୁ ବିମାନ ଉଡାଣ ବନ୍ଦ କରିଛି । ଏହି ସବୁ ଦେଶରୁ ଭାରତକୁ ଯାଆସ ବିଦେଶୀ ଯାତ୍ରୀଙ୍କ ଯାତ୍ରା ଉପରେ ରୋକ ଲଗାଯାଇଛି । ଏହା ବ୍ୟତୀତ ଏହି ବିମାନ ଚଳାଚଳ ସଂସ୍ଥା କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କ ସଂଖ୍ୟା କମ୍ କରିବାକୁ ଯାଇ ସେମାନଙ୍କୁ ସମୟରେ ରୋଟେସନରେ କାମ କରିବାକୁ କହିଛି । ସୂଚନାଯୋଗ୍ୟ, କରୋନା ଭାଇରସ ଏବେ ବିଶ୍ୱର ୧୬୧ଟି ଦେଶକୁ ବ୍ୟାପିଛି । ଏହାର ସଂକ୍ରମଣ ଫଳରେ ବିଶ୍ୱରେ ୭ ହଜାରରୁ ଉଦ୍ଧ୍ୱର୍ ଲୋଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଢ ଲକ୍ଷରୁ ଉଦ୍ଧ୍ୱର୍ ଆକ୍ରାନ୍ତ ହୋଇଛନ୍ତି । ଭାରତରେ ଏଯାଏ ୩ ଜଣଙ୍କ ମୃତ୍ୟୁ ହୋଇଛି ।

Related posts

ଦେଶର ୩୦୦ ବରିଷ୍ଠ ବ୍ୟକ୍ତିବିଶେଷ ପେଗାସସ୍ ଶିକାର

mahabharatanews

ଲକଡାଉନ ସମୟର ଆବଶ୍ୟକତା: ସ୍ୱରାଷ୍ଟ୍ରମନ୍ତ୍ରୀ

mahabharatanews

ଦୁଇ ବସ ଧକ୍କା, ୭ ମୃତ

mahabharatanews