ଓଡିଶା

 ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ

(ବିଶାଖାପାଟଣା) : ବିଶାଖାପାଟଣାରୁ ଭବାନୀପାଟଣା ଆସୁଥିବା ପାସେଞ୍ଜର ଟ୍ରେନ୍ ହେଲା ଲାଇନଚ୍ୟୁତ । କତବାଲାସା ନିକଟରେ ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ ହୋଇଛି ଲାଇନଚ୍ୟୁତ । ଲୋକୋ ପାଇଲଟ ସାମାନ୍ୟ ଆହତ, ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣା ପଡ଼ିଛି ।

ସୂଚନାନୁସାରେ, ଟ୍ରେନ୍ ନମ୍ବର ୦୮୫୦୪ ବିଶାଖାପାଟଣାରୁ ଭବାନୀପାଟଣା ଅଭିମୁଖେ ବାହାରିଥିଲା । ସନ୍ଧ୍ୟା ପ୍ରାୟ ୭ଟା ସମୟରେ କତବାଲାସା ନିକଟରେ ଟ୍ରେନ୍‌ର ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା । ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍ ରବିବାର ସନ୍ଧ୍ୟା ୬ଟାରେ ବିଶାଖାପାଟଣା ଛାଡିଥିଲା । କୋତାବାଲସା ଷ୍ଟେଶନରେ ୬ଟା ୪୮ ମିନିଟ୍‌ରେ ପହଞ୍ଚି ଷ୍ଟେଶନ ଛାଡିଥିଲା । ତେବେ ପ୍ଲାଟଫର୍ମରୁ ଦୁଇ ନମ୍ବର ରୁଟ୍‌ରେ ଯିବା ବେଳେ ହଠାତ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଟ୍ରେନର ଇଞ୍ଜିନ ସହିତ ଆଉ ଦୁଇଟି ଯାତ୍ରୀବାହୀ ବଗିରେଳ ଧାରଣାରୁ ତଳକୁ ଖସିପଡ଼ିଥିଲା ।  ବିଶାଖାପାଟଣା ରେଳ ଡିଭିଜନ କାର୍ଯ୍ୟାଳୟଠାରୁ ରିଲିଫ ଟିମ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରୁଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି । ବଗି ଲାଇନ ଚ୍ୟୁତ ହେବାରୁ ଟ୍ରେନ୍‌ର ଲୋକୋ ପାଇଲଟ ସାମାନ୍ୟ ଆହତ ହୋଇଥିଲେ । କିନ୍ତୁ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

Related posts

ଜୁଲାଇ ଦ୍ୱିତୀୟ ସପ୍ତାହ ଆଡକୁ ରାଜ୍ୟରେ କରୋନା ସଂକ୍ରମଣ କମିପାରେ

mahabharatanews

ବିଧାନସଭାରେ ଉଠିଲା ଦାରିଙ୍ଗିବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିବା ପ୍ରସଙ୍ଗ

mahabharatanews

୧୫ ଅଗଷ୍ଟ ୨୦୨୧ରୁ ଆଜି ମଧ୍ୟରେ ୪,୮୧,୨୭୦ ଟଙ୍କା

mahabharatanews