Uncategorized

ଗୌରୀ ଖାନଙ୍କ ଡିଜାଇନ୍ ପେଣ୍ଟହାଉସ୍ ପାଇଁ ହାଇ ଡିମାଣ୍ଡ!

ବଲିଉଡ୍‌ର କିଙ୍ଗ୍ ଖାନ୍ ଶାହରୁଖଙ୍କ ନାଁରେ ଦୁବାଇରେ ତିଆରି ହେଉଛି ଏକ ବିଳାସପୂର୍ଣ୍ଣ ଆବାସିକ ପ୍ରକଳ୍ପ। ଏହାର ନାଁ ରହିଛି ‘ଶାହରୁଖ୍‌ଜ୍ ରେସିଡେନ୍ସେସ୍’। ତେବେ ଏହି ପ୍ରକଳ୍ପର ସବୁଠାରୁ ବଡ଼ ଆକର୍ଷଣ ପାଲଟିଛି ଶାହରୁଖଙ୍କ ପତ୍ନୀ ତଥା ଇଣ୍ଟେରିୟର ଡିଜାଇନର୍ ଗୌରୀ ଖାନଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ସ୍ୱତନ୍ତ୍ର ପେଣ୍ଟହାଉସ୍। ନଭେମ୍ବର ୧୧ ତାରିଖରେ ଦୁବାଇର କୋକାକୋଲା ଏରିନାରେ ଏହି ପ୍ରକଳ୍ପର ଭବ୍ୟ ଉନ୍ମୋଚନ ହୋଇଥିଲା। ଏଥିରେ ଶାହରୁଖ ଖାନ୍, ଗୌରୀ ଖାନ୍ ଏବଂ ଡାନ୍ୟୁବ୍ ଗ୍ରୁପ୍‌ର ଅଧ୍ୟକ୍ଷ ରିଜୱାନ୍ ସାଜନ୍ ଉପସ୍ଥିତ ଥିଲେ। ତେବେ ଉନ୍ମୋଚନ ଦିନ ହିଁ ସମସ୍ତ ପେଣ୍ଟହାଉସ୍ ବିକ୍ରି ହୋଇଯାଇଥିବା ଘୋଷଣା କରିଛି ନିର୍ମାଣକାରୀ ସଂସ୍ଥା।

Shahrukhz Residences: Gauri Khan's Exclusive Luxury Penthouses Sell Out In  Dubai - Outlook Luxe

ଏହି ପେଣ୍ଟହାଉସ୍‌ଗୁଡ଼ିକର ପ୍ରତ୍ୟେକର ମୂଲ୍ୟ ପ୍ରାୟ ୫୦ କୋଟି ଟଙ୍କା। ଅର୍ଥାତ୍ ଏକ ଘରର ଦାମ୍‌ରେ ରହିଛି କୋଟି କୋଟି ଟଙ୍କାର ଚମକ। ଗୌରୀ ଖାନ୍ ଏହାର ଡିଜାଇନ୍‌ରେ ଆଧୁନିକ ବିଳାସିତା ସହ ଆରାମଦାୟକ ଜୀବନଶୈଳୀକୁ ଗୁରୁତ୍ୱ ଦେଇଛନ୍ତି। ଦୁବାଇ ମାରିଟାଇମ୍ ସିଟିରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପରେ ୪୦ରୁ ଅଧିକ ଅତ୍ୟାଧୁନିକ ସୁବିଧା ରହିବ। ଏଥିରେ ରୁଫ୍‌ଟପ୍ କ୍ଲବ୍, ୱେଲନେସ୍ ସେଣ୍ଟର୍, ଜିମ୍, ପ୍ରାଇଭେଟ୍ ୟଟ୍ ଭଳି ସୁବିଧା ମଧ୍ୟ ରହିଛି। ତେବେ ପେଣ୍ଟହାଉସ୍‌ର ଏହି ରେକର୍ଡ ବିକ୍ରି ଶାହରୁଖ ଓ ଗୌରୀଙ୍କ ଲୋକପ୍ରିୟତା ସହ ଦୁବାଇର ଲକ୍‌ଜୁରୀ ରିଅଲ୍ ଇଷ୍ଟେଟ୍ ବଜାରରେ ସେଲିବ୍ରିଟି ବ୍ରାଣ୍ଡିଂର ଚର୍ଚ୍ଚାକୁ ଆହୁରି ବଢ଼ାଇଛି।

Related posts

ଆସନ୍ତା ମାସରୁ ଛୋଟ ପିଲାଙ୍କ ଟିକାକରଣ

mahabharatanews

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋଣ: ୮ ମୃତ

mahabharatanews

କ୍ୟାନସରରୁ ରକ୍ଷା କରିଥାଏ କଞ୍ଚାଲଙ୍କା

mahabharatanews