ଓଡିଶା

ପିକ୍ଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ୮ ଗୁରୁତର

(ମହାଭାରତ, କେନ୍ଦୁଝର): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗୁଣ୍ଡୁଳା ଘାଟିରେ ଏକ ପିକ୍ଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇବଛି । ଏଥିରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସୂଚନା ଅନୁଯାୟୀ, ଗତ ଶନିବାର ରାତିରେ ଏହି ଦୂର୍ଘଟଣା ଘଟିଥିଲା । ଦେବଗଡ ଜିଲ୍ଲା ମାଦାଳିଆ ଗାଁର ୧୫ ଜଣ ଲୋକ ଏହି ପିକ୍ଅପ୍ ଭ୍ୟାନରେ ବୀରକୁଳା ଗାଁକୁ ଦଣ୍ଡନାଚ କରିବାକୁ ଯାଉଥିଲେ । ଏହି ସମୟରେ ଗୁଣ୍ଡୁଳା ଘାଟିର ଏକ ବୁଲାଣିରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ ଡ୍ରେନରେ ଖସି ପଡିଥିଲା । ଫଳରେ ସମସ୍ତେ ଗାଡିରୁ ଛିଟିକି ପଡିଥିଲେ । ସମସ୍ତ ଯାତ୍ରୀ ଆହତ ହୋଇଥିଲେ ହେଁ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ବାଂଶପାଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିାଲ । ଗୁୁରତରମାନଙ୍କୁ ଉଦ୍ଧାର ରକି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ।

Related posts

ଭିନ୍ନକ୍ଷମ ପିଲାଙ୍କ ସର୍ଭେ ପାଇଁ ନିର୍ଦ୍ଧେଶ

mahabharatanews

ବରିଷ୍ଠ ସାମ୍ବାଦିକ ଡ.ପ୍ରଦୀପ ମହାପାତ୍ରଙ୍କ ପରଲୋକ

mahabharatanews

ଦଧିବ୍ରାହ୍ମଣ ମାନଙ୍କ ଏକାଦଶି ଉଜ୍ଜାପନ ପୂଜା ସ୍ଥାନୀୟ ଦଧିବାମନ ମନ୍ଦିରରେ ମହା ଆଡ଼ମ୍ବରରେ ପାଳିତ

mahabharatanews