ଓଡିଶା

ପୁଅ ନୁହଁ ! କିନ୍ତୁ ପୁଅର କର୍ତ୍ତବ୍ୟ କଲେ

(ସମ୍ବଲପୁର) ; ନିଜର ଜନ୍ମ କଲା ସନ୍ତାନ ମାନେ ବାପା ମାଙ୍କୁ ପଚାରୁ ନଥିବା ବେଳେ ନିଜ ପାଖରେ ମଧ୍ୟ ରଖିବାକୁ ପସନ୍ଦ କରୁନାହାନ୍ତି । ନିଜ କର୍ତ୍ତବ୍ୟରୁ ଓହରି ଯାଉଛନ୍ତି । କିନ୍ତୁ ଜଣେ ଡାକ୍ତର ନିଜର ପୁଅ ନ ହୋଇ ମଧ୍ୟ ପୁଅର କର୍ତ୍ତବ୍ୟ କରିଛନ୍ତି । ମୃତ ରୋଗୀଙ୍କୁ କନ୍ଧ ଦେଇ ମୁଖାଗ୍ନି ଦେଲେ ତେବେ ଏହି ଘଟଣାଟି କିଛି ଏମିତି ବୁର୍ଲା ଭୀମସାରରେ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ । କେବଳ ମୁଖାଗ୍ନି ଦେଇନାହାନ୍ତି ବରଂ ଅସ୍ଥି ବିସର୍ଜନ ପାଇଁ ଅସ୍ଥି ନେଇଛନ୍ତି । ସୂଚନା ଅନୁଯାୟୀ ତ ୨୦୧୮ ଜୁଲାଇ ୧୨ରେ ସୋନପୁର ବୀରମହାରାଜପୁର ଜଲେବିରା ଗାଁର ବୃଦ୍ଧା ପୁଷ୍ପାଂଜଳୀ ବାଗ ପକ୍ଷାଘାତ ଯୋଗୁଁ ଭୀମସାରରେ ଭର୍ତ୍ତି ହୋଇଥିଲେ ।
କିଛି ଦିନ ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲରେ ଛାଡି ଚାଲିଯାଇଥିଲେ ପରିବାର ଲୋକେ । ତେବେ ସେହିଦିନଠାରୁ ରୋଗୀଙ୍କ ଅଭିଭାବକ ବନିଯାଇଥଲେ ଡାକ୍ତର । ଲାଳନ ପାଳନ ସହ ଯାହା ଦରକାର ଯୋଗାଇଦେଇଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ । ଦୀର୍ଘ ୩ ବର୍ଷ ହେବ ଚିକିତ୍ସା ହେଉଥିବା ମଣିଷ ଯେତେବେଳେ ଆଜି ଆଖିବୁଜି ଦେଇଛନ୍ତି । ମାନିଲାନି ରାମଚନ୍ଦାନୀଙ୍କ ମନ ।
ମାଆ ବୋଲି ସମ୍ବୋଧନ କରୁଥିବା ରୋଗୀ ଯେ କେତେବେଳେ ଅତିଆପଣାର ହୋଇଗଲେ ରାମଚନ୍ଦାନୀ ଜାଣି ପାରିଲେନି । ହେଲେ ଚିକିତ୍ସାଧିନ ଅବସ୍ଥାରେ ହଠାତ ମୃତ୍ୟୁ ପରେ ନିଜେ କାନ୍ଧ ଦେଇ ମୁଖାଗ୍ନି ଦେଇ ମାନବିକତାର ପରିଚୟ ଦେଇଛନ୍ତି । ପୂର୍ବରୁ କୁଷ୍ଠରୋଗୀଙ୍କୁ ବୋହି ନେବା, ଗୁରୁତର ରୋଗୀଙ୍କୁ ନିଜ ଗାଡିରେ ହସ୍ପିଟାଲ ନେବା ତଥା ଟଂକିକିଆ କ୍ଲିନିକ ଖୋଲି ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ ।

 

Related posts

ପଂଚାୟତ ନିର୍ବାଚନ, ମିଳିଲା ଉଠାଇ ନେଇଥିବା ଭୋଟ୍ ବାକ୍ସ

mahabharatanews

ଜୋରସୋରରେ ଚାଲିଛି ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି

mahabharatanews

ଆହୁରି ବଢିବ ତାତି : ତାପମାତ୍ରା ୪୨ ଡିଗ୍ରୀ ପାର

mahabharatanews