ଓଡିଶା

ନର୍ଲା ପ୍ରେସ ଏସୋସିଏସେସନ୍ ପକ୍ଷରୁ ପ୍ରେସ୍ ଦିବସ ପାଳିତ

କଳାହାଣ୍ଡି: ନର୍ଲା ବ୍ଳକ୍  ଡାକ ବଙ୍ଗଳା ଠାରେ, ନର୍ଲା ପ୍ରେସ ଏସୋସେସନ ଓ.ଜେ.ୟୁ ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ l ଏହି କାର୍ଯ୍ୟକ୍ରମ, ସଙ୍ଘର ସଭପତି ଚିନ୍ତାମଣି ନାଏକଙ୍କ ଅଧ୍ୟକ୍ଷତାରେ, ବିଘ୍ନବିନାଶ ଗଣେଶଙ୍କୁ ପୂଜାର୍ଚ୍ଚନା  କରି ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବରେ ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ କୃତିବାସ ପୁଝାରୀ, ଏ.ଏସ.ଆଇ ଅବନୀ ଖୁରା, ଜିଲ୍ଲା ଓ.ବି.ସି ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ନାଏକ, ସମାଜସେବୀ ଶାନ୍ତି ମାଝୀ, ବରିଷ୍ଟ ଆଇନ୍ ଜିବୀ କୁବେର ସାହୁ, ନର୍ଲା ଡ଼ିଗ୍ରୀ କଲେଜ୍ ଅଧ୍ୟାପିକା ବାସନ୍ତୀ ସାହୁ, ଯୁବନେତା ସମୀର ଚାନ୍ଦ ଓ ଦିପୁ ପାତ୍ର ପ୍ରମୁଖ ମଞ୍ଚାଷିନ ରହି ନିର୍ଭୀକ ଓ ନିରପେକ୍ଷ ଭାବରେ ସାମ୍ବାଦିକତା କରି ସମାଜ ଓ ଅଞ୍ଚଳର ବିକାଶ କ୍ଷେତ୍ରରେ ସହଭାଗିତା ପାଇଁ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Related posts

ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି

mahabharatanews

ଆଜି ଭୁବନେଶ୍ୱରରୁ ୧୬ ସଂକ୍ରମିତ

mahabharatanews

ସରପଞ୍ଚଙ୍କୁ ମାଡ ମାରିବା ଅଭିଯୋଗରେ କନେଷ୍ଟବଲ ନିଲମ୍ବିତ

mahabharatanews