Uncategorized

ପୁଣି ଏକ ଲଘୁଚାପକୁ ନେଇ ସତର୍କ କଲାଣି ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଚଳିତ ଲଘୁଚାପ ବର୍ଷାରେ ରାଜ୍ୟର ସ୍ଥିତି ବେହାଲ ହୋଇପଡିଛି । ଏହି ବର୍ଷା ଥମି ନ ଥିବା ବେଳେ ପୁଣି ଏକ ଲଘୁଚାପକୁ ନେଇ ସତର୍କ କରିଦେଲାଣି ଭାରତୀୟ ପାଣିପାଗ ବିଭାଗ । ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୧୭ରୁ ରାଜ୍ୟର ବହୁ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ମହାପାତ୍ରଙ୍କ ଅନୁଯାୟୀ, ୧୭ ତାରିଖ ଠାରୁ ରାଜ୍ୟରେ ପୁଣି ଲାଗି ରହିବ ବର୍ଷା। ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ୧୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି । ଫଳରେ ୧୭ରୁ ଉପକୂଳ ଓଡ଼ିଶାରେ ପୁଣି ବର୍ଷା ହେବା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି।

 

Related posts

ସମୁଦ୍ର ସେତୁ: ମାଳଦ୍ୱୀପରୁ ଆସିଲେ ୬୯୮ ପ୍ରବାସୀ

mahabharatanews

ବିନା ରେସନ କାର୍ଡଧାରୀଙ୍କୁ ସହାୟତା ପ୍ରସଙ୍ଗ: ହାଇକୋର୍ଟଙ୍କ କେନ୍ଦ୍ର, ରାଜ୍ୟକୁ ନୋଟିସ୍

mahabharatanews

କଂଗ୍ରେସ ଛାଡିଥିବା ୧୯ ବିଧାୟକ ବିଜେପିରେ ସାମିଲ ହେବେନି: ସଜ୍ଜନ କୁମାର

mahabharatanews